Home ଅପରାଧ ଟାଙ୍ଗୀ ଥାନା ନିକଟ ସ୍ନାକ୍ସ ଦୋକାନରୁ ଚୋରୀ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଚୋରୀ ଟ ଚୋରୀ ପୁଣି ଥାନା ନିକଟରୁ ଚୋରୀ । ଚୋରୀ ହୋଇଛି ଗତ କାଲି ବିଳମ୍ବିତ ରାତିରେ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ନିକଟ ଗୋଲେଇ ଛକ ଠାରେ ଥିବା ଟି ସ୍ନାକ୍ସ ଦୋକାନ ରୁ ହୋଇଛି ଚୋରୀ । ଚୋରୀ ହୋଇଥିବା ଦୋକାନ ର ଥାନା ଠାରୁ ଦୂରତା ମାତ୍ର ୩୦ ମିଟର ହୋଇଥିବା ବେଳେ ଏହି ଛକ ସଦା ସର୍ବଦା ଜନ ଗହଳି ଥାଏ । ଏହି ଗୋଲେଇ ଛକ ଠାରେ ସମସ୍ତ ସରକାରୀ ଅଫିସ ସହ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ରହିଛି । ଚୋର ମାନେ ଗତ କାଲି ରାତିରେ ଗୋପୀନାଥ ମହାପାତ୍ର ଙ୍କର ଟି ସ୍ନାକ୍ସ ଦୋକାନ ର ତାଲା ଭାଙ୍ଗି,ଗ୍ୟାସ ଟାଙ୍କି,କ୍ୟାସ ପେଡା ରୁ ୧୫ ହଜାର ଟଙ୍କା ସହ ଦାମୀ ମୋବାଇଲ, ଇଂଭର୍ଟର ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ କରିଛନ୍ତି ଦୋକାନ ମାଲିକ । ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି,। ଟାଙ୍ଗୀ ପୋଲିସ ସି ସି ଟିଭି ଆଧାର ରେ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଲିସ ପାଟ୍ରୋଲିଙ୍ଗ ଅଭାବ ରୁ ଚୋରୀ ବୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି । Categories: ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026