ପ୍ରତ୍ୟକ୍ଷ ଏଷ୍ଟେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଟ୍‌ମୋସ୍ଫିୟର୍ କୋର୍ ପକ୍ଷରୁ ଐତିହାସିକ ହୋଟେଲ୍ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ, ଚନ୍ଦ୍ରଗିରିରେ ଓଡିଶାର ପ୍ରଥମ ୫-ତାରକା ୧୦୦% ଅକ୍ଷୟ ଶକ୍ତି ଇକୋ-ଲକ୍‌ଜୁରି ରିସୋର୍ଟର ଲୋଗୋ ଉନ୍ମୋଚନ

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ପ୍ରତ୍ୟକ୍ଷ ଏଷ୍ଟେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆଜି ବିଶ୍ୱସ୍ତରୀୟ ବିଳାସପୂର୍ଣ୍ଣ ହୋଟେଲ୍ ସମୂହ ଆଟମୋସ୍ଫିୟର କୋର୍ ସହ ସହଯୋଗିତାରେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ସ୍ଥିତ ଜିରାଙ୍ଗରେ ପରବର୍ତୀ ୫-ତାରକା ଇକୋ-ଲକ୍‌ଜୁରି ରିସୋର୍ଟ୍ ପାଇଁ ଏକ ହୋଟେଲ୍ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ କରିବା ସହ ଏହାର ଆନୁଷ୍ଠାନିକ ଲୋଗୋ ଉନ୍ମୋଚନ କରିଛି ।

ଭୁବନେଶ୍ୱରର ସ୍ୟାଣ୍ଡିଜ୍ ଟାୱାରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ବୃନ୍ଦ, ସରକାରୀ ଅଧିକାରୀ, ଶିଳ୍ପ ଲିଡର ଏବଂ ପର୍ଯ୍ୟଟନ କ୍ଷେତ୍ରର ଅଂଶୀଦାରମାନେ ଉପସ୍ଥିତ ରହି ଓଡିଶାର ଦୃଢ଼ ଏବଂ ବିଳାସପୂର୍ଣ୍ଣ ଆତିଥ୍ୟର ଯାତ୍ରାରେ ଏକ ଐତିହାସିକ ମାଇଲଖୁଂଟ ସୃଷ୍ଟି କରିଛନ୍ତି । ପଦ୍ମସମ୍ଭବ ମହାବିହାର (ଜିରଙ୍ଗା ମଠ) ପୂର୍ବ ଭାରତର ବୃହତମ ତିବତୀୟ ମଠ ନିକଟରେ କୌଶଳପୂର୍ଣ୍ଣ ଭାବରେ ଅବସ୍ଥିତ ଏହି ରିସୋର୍ଟ ହେଉଛି ଓଡିଶାର ପ୍ରଥମ ୧୦୦% ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ୫-ତାରକା ରିସୋର୍ଟ ଯାହା ପରିବେଶ ସ୍ଥିରତା, ଭାରତୀୟ-ତିବତୀୟ ସ୍ଥାପତ୍ୟ କଳା ଏବଂ ଆଦିବାସୀ ସାଂସ୍କୃତିକକୁ ସମନ୍ୱିତ କରିଛି ।

୨୦ ଏକର ଜମିରେ ଓ ୧୦୦ କୋଟି ଟଙ୍କାର ନିବେଶ ସହିତ ଏହି ପ୍ରକଳ୍ପରେ ପ୍ରିମିୟମ୍ ଭିଲ୍ଲା ଓ ସୁଇଟ୍‌ର ର ୯୦ଟି ବିଳାସପୂର୍ଣ୍ଣ ୟୁନିଟ୍ ରହିବ । ଅତିଥିମାନେ ଭାରତୀୟ-ତିବତୀୟ ପ୍ରେରିତ ଡିଜାଇନ୍‌, ଏକ ବିଶ୍ୱସ୍ତରୀୟ ସ୍ପା ଏବଂ ୱେଲନେସ୍ ସେଂଟର, ବାଂକ୍ୱେଟ୍ ଏବଂ ସମ୍ମିଳନୀ ହଲ୍‌, ରେସ୍ତୋରାଁ ଓ କାଫେ, ଜିପ୍‌-ଲାଇନ୍ ଟ୍ରେଲ୍‌୍‌, ରୋପ୍ କୋର୍ସ୍ ଏବଂ ପ୍ରକୃତି ଭ୍ରମଣ ଭଳି ରୋମାଂଚକରର ସୁବିଧା ଉପଭୋଗ କରିପାରିବେ ।

ରିସୋର୍ଟ ପକ୍ଷରୁ ଅଭିନବ ପର୍ଯ୍ୟଟନ ଅନୁଭୂତି ଉପସ୍ଥାପନ କରାଯାଇଛି:

ଚା ଖସଡା ଜଳପ୍ରପାତରେ ଫ୍ଲୋଟିଂ ରେଷ୍ଟୋ-କ୍ୟାଫେ (ଓଡିଶାରେ ପ୍ରଥମ)
ଚା ହରଭାଙ୍ଗି ଡ୍ୟାମ୍‌ରେ ଜଳକ୍ରୀଡା ବିକାଶ
ଚା ରୋମାଂଚକର କ୍ୟାମ୍ପିଂ, ୱେଲନେସ୍ କାର୍ଯ୍ୟକ୍ରମ, ପାରମ୍ପାରିକ ୱାର୍କପପ୍ ଏବଂ ସାଂସ୍କୃତିକ ପ୍ରଦର୍ଶନ ଏହି ଅବସରରେ ପ୍ରତ୍ୟକ୍ଷ ଏଷ୍ଟେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଦିବ୍ୟସ୍ନାତା ମହାନ୍ତି କହିଛନ୍ତି ଯେ,”ଏହି ପ୍ରକଳ୍ପ ଏକ ବିଳାସପୂର୍ଣ୍ଣ ଆଶ୍ରୟସ୍ଥଳୀଠାରୁ ଅଧିକ ।

ଏହା ଓଡିଶାର ସଂସ୍କୃତି, ଆଧ୍ୟାତ୍ମିକତା ଏବଂ ପ୍ରକୃତିର ଏକ ଉତ୍ସବ । ପରିବେଶ ସ୍ଥିରତାକୁ ଆତିଥ୍ୟର ପରିବେଶ ମାନଦଣ୍ଡ ସହ ସମନ୍ୱିତ କରି ଚନ୍ଦ୍ରଗିରି ୱେଲନେସ୍ ଏବଂ ସାଂସ୍କୃତିକ ପର୍ଯ୍ୟଟନ ପାଇଁ ପୂର୍ବ ଭାରତର ଏକ ସିଗ୍ନେଚର ଗନ୍ତବ୍ୟସ୍ଥଳ ଭାବରେ ଉଭା ହେବ ।’’ ଆଟମୋସ୍ଫିୟର କୋର୍ର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, “ଓଡିଶାର ପ୍ରଥମ ଅକ୍ଷୟ ଶକ୍ତି ପରିଚାଳିତ ପଂଚ ତାରକା ରିସୋର୍ଟ୍ ଗଠନରେ ପ୍ରତ୍ୟକ୍ଷ ଇଷ୍ଟେଟ୍‌ସ ସହ ସହଯୋଗୀ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ । ବିଳାସୀପୂର୍ଣ୍ଣ ଆତିଥ୍ୟ ଏବଂ ୱେଲନେସ୍‌ରେ ଆମର ବିଶ୍ୱସ୍ତରୀୟ ଦକ୍ଷତା ଏକ ଅସାଧାରଣ ଆତିଥ୍ୟ ଅନୁଭୂତି ନିଶ୍ଚିତ କରିବ ଏବଂ ଦାୟିତ୍ୱଶୀଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ।’’

ରିସୋର୍ଟରେ ୧୫୦ରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ; ହସ୍ତଶିଳ୍ପ, ଜୈବିକ ଚାଷ ଏବଂ ସାଂସ୍କୃତିକ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବ ଏବଂ ପରିବେଶ ପର୍ଯ୍ୟଟନ, ୱେଲନେସ୍ ଏବଂ ଐତିହ୍ୟ ପର୍ଯ୍ୟଟନ ପାଇଁ ଓଡିଶାର ସ୍ଥିତି ଉନ୍ନତ କରିବ ।
ନିକଟତମ ଆକର୍ଷଣ: ଖସଡା, ଗଣ୍ଡାହାଟି ଏବଂ ମାଙ୍କଡଡ଼ିଆଁ ଜଳପ୍ରପାତ, ହରଭଙ୍ଗୀ ବନ୍ଧ, ତତ୍ପପାଣି ଉସ୍ମ ପ୍ରସବଣ ଏବଂ ପବିତ୍ର ମହେନ୍ଦ୍ରଗିରି ପର୍ବତ ଯାହା ଅତିଥିମାନଙ୍କୁ ରୋମାଂଚକର ଏବଂ ସାଂସ୍କୃତିକ ସମନ୍ୱୟର ଚମତ୍କାର ଅନୁଭୂତିକୁ ପ୍ରଦାନ କରିବ । ଏହି ଐତିହାସିକ ବିକାଶ ଓଡିଶାର ପରିବେଶ ପର୍ଯ୍ୟଟନ ଏବଂ ଆଧ୍ୟାତ୍ମିକ ସର୍କିଟ୍ ଯୋଜନାକୁ ସମର୍ଥନ କରୁଛି ଯାହା ରାଜ୍ୟର ଅଭିବୃଦ୍ଧି ଏବଂ ସ୍ଥିରତା ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରୁଛି ।

Exit mobile version