Home ଓଡ଼ିଶା ପାକିସ୍ତାନକୁ ଧୂଳି ଚଟାଇ – ଜିତିଲା ଭାରତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି – ହାରିଲା ପାକିସ୍ତାନ – ଜିତିଲା ଭାରତ ପହଲଗାଓଁ ଆକ୍ରମଣକୁ ନେଇ ଭାରତୀୟଙ୍କ ବିରୋଧ ସତ୍ବେ ଟିମ ଇଣ୍ଡିଆ ପାକିସ୍ତାନ ସହିତ ଖେଳୁଥିବାରୁ ଦଳ ପାଇଁ ଏହି ମ୍ୟାଚକୁ ଜିତିବା ବହୁ ଗୁରୁତ୍ଵପୂର୍ଣ୍ଣ ଥିଲା । ଦୁବଇ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ଭାରତ-ପାକିସ୍ତାନ ମ୍ୟାଚ ଏସିଆ କପ୍ ଟି-୨୦ ଚମ୍ପିଆନଶିପର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚରେ ଟିମ ଇଣ୍ଡିଆର ସ୍ପିନରମାନଙ୍କ ଦମଦାର ବୋଲିଂ ପାକିସ୍ତାନକୁ ଧୂଳି ଚଟାଇ ଦେଇଛି। ଯାହାଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ପାକିସ୍ତାନ ଟିମ୍ ୯ ଉଇକେଟ ହରାଇ ୧୨୭ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା ।ଫଳରେ ଟିମ ଇଣ୍ଡିଆକୁ ଜିତିବା ପାଇଁ ୧୨୮ ରନର ଆବଶ୍ୟକତା ରହିଥିଲା । ମାତ୍ର ଭାରତ ୩ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି । ଭାରତ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୪୭ ରନ୍ କରିଥିଲେ । ସେ ୩୭ଟି ବଲ୍ରେ ୫ଟି ଚୌକା ଗୋଟିଏ ଛ’ ମାରିଥିଲେ । ଅଭିଷେକ ଶର୍ମା ୩୧ ରନ୍ ତିଳକ ବର୍ମା ୩୧ ରନ୍ ଶିବମ୍ ଦୁବେ ୧୦ ଏବଂ ଶୁଭମନ୍ ଗିଲ୍ ୧୦ ରନ୍ କରିଥିଲେ । ଭାରତ ୧୫.୫ ଓଭରରେ ୩ ଓ୍ୱିକେଟ୍ ହରାଇ ୧୩୧ ରନ୍ କରିଥିଲା । ଆରମ୍ଭରୁ ଉଇକେଟ ହରାଇ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ।ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଓଭରର ପ୍ରଥମ ବଲରେ ପାକ୍ ଓପନ ସଇମ ଆୟୁବଙ୍କୁ ଆଉଟ କରି ଭାରତ ପାଇଁ ସଫଳତା ଆଣି ଦେଇଥିଲେ । ଏହା ପରେ ଯଶପ୍ରୀତ ବୁମରା ନିଜର ପ୍ରଥମ ଓଭରରେ ଗୋଟିଏ ଉଇକେଟ ନେଇ ପାକିସ୍ତାନକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ । ପରବର୍ତ୍ତୀ ସମୟରେ ଅକ୍ଷର ପଟେଲ ଆକର୍ଷଣୀୟ ବୋଲି କରି ୨ଟି ଓଭରରେ ଲଗାଦାର ୨ଟି ଉଇକେଟ ନେଇ ପାକିସ୍ତାନର ଟପ ଅର୍ଡରକୁ ଦୁର୍ବଳ କରିଦେଇଥିଲେ । ଶେଷର କୁଳଦୀପ ଯାଦବଙ୍କ ଘାତକ ବୋଲିଂ ପାକିସ୍ତାନକୁ ଧରାଶାୟୀ କରିଦେଇଥିଲେ ।ସେ ୪ ଓଭର ବୋଲିଂ କରି ୧୮ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ । ବୁମରାଙ୍କୁ ୨ଟି ଏବଂ ପାଣ୍ଡ୍ୟାଙ୍କୁ ଗୋଟିଏ ଉଇକେଟ ମିଳିଛି ।ପାକିସ୍ତାନ ପକ୍ଷରୁ ଓପନର ବ୍ୟାଟ୍ସମ୍ୟାନ ଶାହିବଜାଦା ଫରହାନ ସର୍ବାଧିକ ୪୦ ରନ ସଂଗ୍ରହ କରିଥିଲେ । ଶାହୀନଶାହ ଆଫ୍ରିଦି ଶେଷ ଆଡକୁ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରି ୧୮ ବଲରୁ ୪ ଛକା ସହିତ ୩୩ ରନ ସଂଗ୍ରହ କରିବାରୁ ସ୍କୋର ୧୨୭ ରନ ଛୁଇଁ ପାରିଥିଲା । Categories: ଓଡ଼ିଶା, ଖେଳ, ଦେଶ, ମହାନଗର, ହୋମ୍ Related Content କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ by Proprietor Abhimanyu Maharana September 9, 2026 54th National Convention of Company Secretaries concludes in Bhubaneswar by Proprietor Abhimanyu Maharana September 9, 2026 ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ by Proprietor Abhimanyu Maharana September 9, 2026 ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ by Proprietor Abhimanyu Maharana September 8, 2026 ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026