କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ ମହିଳା ସମ୍ମିଳନୀ – ୨୦୨୫

କଟକ ମହାନଗର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର  :- ସମାଜରେ ମହିଳା ମାନଙ୍କର ଏକ ବିଶେଷ ସ୍ଥାନ ଅଛି । ନାରୀ ମାନେ ଅନେକ ରୂପରେ ସମାଜରେ ପୂଜା ପାଆନ୍ତି । କେତେବେଳେ ଜଗତ ଜନନୀ ମା ଦୂର୍ଗାଙ୍କ ରୁପରେ, କେତେବେଳେ ମାଆ, କେତେବେଳେ ଭଉଣୀ, କେତେବେଳେ ଭଉଣୀ ଓ କେତେବେଳେ ସ୍ତ୍ରୀ ରୁପରେ ପ୍ରେମ ଓ ଆଶିର୍ବାଦ ବର୍ଷା କରିଥାନ୍ତି । ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଜୀବନରେ ନାରୀ ମାନଙ୍କର ଏକ ବିଶେଷ ସ୍ଥାନ ଅଧିକାର କରିଛନ୍ତି । କିନ୍ତୁ ସେହି ନାରୀ ମାନେ ଆଜି ସମାଜରେ ସୁରକ୍ଷିତ ନାହାଁନ୍ତି । ସେଥିପାଇଁ ସରକାର ଓ ପ୍ରଶାସନ ନାରୀ ମାନଙ୍କୁ ସଶକ୍ତ କରିବା ପାଇଁ ଉଦ୍ୟମ କରୁଥିବା ବେଳେ, ବିଭିନ୍ନ ସାମାଜିକ ସଂଗଠନ ଗୁଡ଼ିକ ମଧ୍ୟ ନିଜ ତରଫରୁ ନାରୀ ସଶକ୍ତି କରଣ ପାଇଁ ବହୁତ ସ୍ବାଗତଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଆଉ ଦିନ କେଇଟା ପରେ ଧରା ପୃଷ୍ଠକୁ ପଦାର୍ପଣ କରିବେ ଜଗତ ଜନନୀ ମା ଦୂର୍ଗା । ସମଗ୍ର ଭାରତରେ ଦଶହରାରେ ସମସ୍ତେ ମା ଦୂର୍ଗାଙ୍କୁ ଆରାଧନା କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, କଟକରେ ମା ଦୁର୍ଗାଙ୍କ ସ୍ଵାଗତ ପାଇଁ ସମସ୍ତେ ପ୍ରସ୍ତୁତ । ଦଶହରା ପୂର୍ବରୁ ନାରୀ ମାନଙ୍କୁ ସମ୍ମାନୀତ କରିବା ଉଦ୍ଦେଶ୍ୟରେ, କଟକ ମହାନଗର ତୈଳିକ ବୈଶ୍ୟ ସମାଜ ମହିଳା ସମ୍ମିଳନୀ – ୨୦୨୫ ସ୍ଥାନୀୟ କଳା ବିକାଶ କେନ୍ଦ୍ର, କଟକ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ନୌବାଣିଜ୍ୟ କ୍ଷେତ୍ରରେ ତୈଳିକ ବୈଶ୍ୟ ସମାଜର ଏକ ପ୍ରମୁଖ ଭୂମିକା ରହିଛି ।

ତେବେ ନୌବାଣିଜ୍ୟ ବ୍ୟତୀତ ରାଷ୍ଟ୍ର ଗଠନ କରିବାରେ ମଧ୍ୟ ତୈଳିକ ବୈଶ୍ୟ ସମାଜର ବିଶେଷ ଅବଦାନ ରହିଛି । ରାଷ୍ଟ୍ର ଗଠନ ପାଇଁ ନାରୀ ସଶକ୍ତ ହେବା ନିହାତି ଆବଶ୍ୟକ । ଏହାକୁ ନଜରରେ ରଖି କଟକ ମହାନଗର ତୈଳିକ ବୈଶ୍ୟ ସମାଜ ପକ୍ଷରୁ, ପ୍ରତ୍ୟେକ ବର୍ଷ ଭଳି ଇଂ. କରିସ୍ମା ସାହୁଙ୍କ ସ୍ମୃତିରେ ମହିଳା ସମ୍ମିଳନୀ ୨୦୨୫ ଅନୁଷ୍ଠିତ ହୋଇ ଯାଇଛି । ମହିଳା ମାନଙ୍କୁ ସଶକ୍ତ କରିବା ସହିତ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ନାରୀ ମାନଙ୍କୁ ସମ୍ମାନୀତ କରିବା ସହିତ ଲୋକଲୋଚନକୁ ଆଣିବା ଏହାର ମୂଳଲକ୍ଷ୍ୟ ।

ଆଜି କଳା ବିକାଶ କେନ୍ଦ୍ର, କଟକ ଠାରେ ଆୟୋଜିତ ଏହି ମହିଳା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଚୌଦ୍ଵାର- କଟକ ବିଧାୟକ ସୌଭିକ ବିଶ୍ଵାଳ, ସମ୍ମାନୀୟ ଅତିଥି ଭାବେ ବିଜୟଲକ୍ଷ୍ମୀ ସହୁ, ସିନେ ତାରକା ବବି ମିଶ୍ର, ଚ୍ୟାଟାର୍ଡ ଆକାଉଣ୍ଟାଣ୍ଟ ସାଗରିକା ମିଶ୍ର, ଡ. ଉତ୍ତମ ଚନ୍ଦ୍ର ସାହୁ, ହିନ୍ଦୁ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ଡ.ରତନ ମିଶ୍ର ସୌମିତ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହାନ ଅବସରରେ ବିଜୟଲକ୍ଷ୍ମୀ ସାହୁଙ୍କୁ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ” କର୍ମାବାୟୀ ” ସମ୍ମାନରେ ସମ୍ମାନୀତ କରାଯାଇଛି ।

ନାରୀ ମାନେ ଚିର ବନ୍ଦିତା ଓ ଚିର ସମ୍ମାନୀତା ବୋଲି କହିଛନ୍ତି ସିନେ ତାରକା ବବି ମିଶ୍ର। ନାରୀ ମାନେ ନିଜେ ସଶକ୍ତ ହେଲେ,ସମାଜକୁ ସଶକ୍ତ କରି ପାରିବେ ବୋଲି କହିଛନ୍ତି ବବି । ନାରୀ ମାନଙ୍କୁ ସମ୍ମାନ କରି ହିନ୍ଦୁ ସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ କହିଛନ୍ତି ଯେ , ନାରୀ ମାନେ ସୁରକ୍ଷିତ ରହିଲେ ସମାଜ ସୁରକ୍ଷିତ ରହିବ । ନାରୀ ମାନେ ଓଡିଶାରେ ସଶକ୍ତ ହେବା ସହିତ ଆତ୍ମନିର୍ଭରଶୀଳ ହୋଈ ପାରିଲେ, ଓଡ଼ିଶା ସଶକ୍ତ ହୋଇ ପାରିବ ବୋଲି କହିଛନ୍ତି ବିଧାୟକ ସୌଭିକ୍ ବିଶ୍ଵାଳ ।

Exit mobile version