ନର୍ଲା,ପଞ୍ଚାୟତ ସମିତିର ମାସିକ ବୈଠକ ; ପଞ୍ଚଦଶ ସିଏଫସି ଫଣ୍ଡର ଆଲୋଚନା – କଳାହାଣ୍ଡି


ଓଡ଼ିଶା ତାଜା ନ୍ୟୁଜ (୧୨ ସେପ୍ଟେମ୍ବର ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ପଞ୍ଚାୟତ ସମିତିର ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ମଧ୍ୟରେ ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଗୋଷ୍ଠି ଉନ୍ନୟନ ଅଧିକାରୀ ଡ. ବ୍ୟାସଦେବ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଜିଲ୍ଲା ପରିଷଦ ସଦସ୍ୟା ରୀନା ଭୋଇ, କଳାହାଣ୍ଡି ସାଂସଦ ପ୍ରତିନିଧି ପର୍ଶୁରାମ ପଣ୍ଡା, ନର୍ଲା ତହସିଲଦାର ମାନସ ରଂଜନ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଚଳିତ ବର୍ଷ ପଞ୍ଚଦଶ ସିଏଫସି ଫଣ୍ଡ ୧,୭୨,୭୨୧୩୮ ଟଙ୍କା ନର୍ଲା ବ୍ଳକ ପାଇଁ ରହିଥିବା ବେଳେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଙ୍କ ଜରିଆରେ କେତେ ଅର୍ଥ କେଉଁ କାମ ପାଇଁ କିଭଳି ଖର୍ଚ୍ଚ ହେବ ସେ ବିଷୟରେ ସରକାରଙ୍କ ଗାଇଡଲାଇନ ଉପରେ ପଠନ ଓ ଆଲୋଚନା କରାଯାଇଥିଲା । ବୈଠକରେ ପଞ୍ଚାୟତ ସମିତି ପାଇଁ ଆସୁଥିବା ବିଭିନ୍ନ ଫଣ୍ଡର ଦିଗହରା ନିୟୋଜନ ଉପରେ ସରଗରମ ଆଲୋଚନା ଓ ତୁମ୍ବି ତୋଫାନ ହୋଇଥିଲା । (ରିପୋର୍ଟ ପ୍ରଦୀପ କୁମାର ଗଉଡ)

Exit mobile version