ଟୁଇଟର (ଏକ୍ସ ) ଅଭିଯୋଗ ସମାଧାନ ପାଇଁ ଜିଲ୍ଲାପାଳ ଙ୍କୁ ଭେଟିଲେ କନ୍ଧମାଳ ଆଟା ସଦସ୍ୟ

କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର  :- ସରକାରୀ ବିଭାଗ ଗୁଡିକ ସହିତ ସିଧାସଳଖ ସଂଯୋଗ ସ୍ଥାପନ କରି ଜନ ସାଧାରଣଙ୍କ ସମସ୍ୟା ତୁରନ୍ତ ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ଟୁଇଟର (ଏକ୍ସ ) ପ୍ଲାଟଫର୍ମ ମାଧ୍ୟମରେ ଗ୍ରୀଭାନ୍ସ ରେଡ୍ରେସଲ ସିଷ୍ଟମ ସକ୍ରିୟ କରାଯିବା ଦାବିରେ ଟୁଇଟର କର୍ମୀ ମାନେ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟିଥିଲେ । ସେମାନେ ଜଣେଇଛନ୍ତି କି ସାମାଜିକ ଗଣମାଧ୍ୟମ ର ବ୍ୟାପକ ପ୍ରଚାର ଏବଂ ପ୍ରଭାବ କୁ ନଜରରେ ରଖି ଟୁଇଟର ରେ ଆସୁଥିବା ସମସ୍ତ ଯୁକ୍ତି ଯୁକ୍ତ ସମସ୍ୟା କୁ ସମାଧାନ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ଟୁଇଟର ଆକ୍ଟିଭିଷ୍ଟ ମାନେ ଅନୁରୋଧ କରିଛନ୍ତି ।ଟୁଇଟର କୁ ପ୍ରାଧାନ୍ୟ ଦେବା ସତ୍ୱେ ଜନସାଧାରଣ ସହଜରେ ନିଜ ଅଭିଯୋଗ, ଅନୁରୋଧ ବା ସୂଚନା ସରକାରୀ ଅଧିକାରୀଙ୍କୁ ଦେଇ ପାରିବେ । ପୂର୍ବତନ ସରକାର ସମୟରେ ଟୁଇଟର ମାଧ୍ୟମରେ ଅନେକ ଅଭିଯୋଗ ସମାଧାନ ହେଉଥିଲା, ଜନସାଧାରଣ ଙ୍କ ଅନୁଭବ ଉପରେ ଅନେକ ପ୍ରଭାବ ପଡୁଥିଲା । ବର୍ତମାନ ର ସରକାର ଏହି ପ୍ରକ୍ରିୟାକୁ ଅନେକ ସମୟରେ ଅଣଦେଖା କରାଯାଉଛି ।ଏ ସମ୍ବଦ୍ଧରେ କନ୍ଧମାଳ ଜିଲ୍ଲା ସଂଯୋଜକ ବିଞ୍ଜାମିନ ନାୟକ ଏବଂ ଅନ୍ୟ ସହଯୋଗୀ ଆମନ ନାୟକ, ରାଜେଶ ବଗର୍ତ୍ତୀ, ବିବେକାନନ୍ଦ ପ୍ରଧାନ, ବରୁଣ କହଁର, ଆଲୋକ କଁହର, ସୁନାସିର ଦିଗାଲ,ବିଜୟ ସାହୁ,ସସ୍ମିତା ମଲିକ, ରାଜୀବ କୁମାର ଦିଗାଲ,ଆସୋସିଏସନ ଅଫ ଟୁଇଟର ଆକ୍ଟିଭିଷ୍ଟ (ଆଟା ) ର ପ୍ରମୁଖ ସଦସ୍ୟ ଜିଲ୍ଲାପାଳ ଙ୍କୁ ଭେଟି ଏହି ଟୁଇଟର ମାଧ୍ୟମ କୁ ତତ୍କାଳ ତ୍ୱରାନ୍ୱିତ କରି ଜନସାଧାରଣ ଙ୍କୁ ସୁବିଧା ଯୋଗାଇ ଦିଆ ଯିବାକୁ ଅନୁରୋଧ ଜଣେଇଛନ୍ତି ।

Exit mobile version