ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ସନାତନ ଧର୍ମର ମୌଳିକ ଅସ୍ତିତ୍ବ ବିଶ୍ୱକଲ୍ୟାଣ ନିମନ୍ତେ ଉଦିଷ୍ଟ l ଯଜ୍ଞ, କୀର୍ତ୍ତନ, ଅଷ୍ଟାଦଶ ପୁରାଣ ଭିତିକ ମାର୍ମିକ ତତ୍ତ୍ୱକୁ ବର୍ତମାନର ଆଧୁନିକ ଜୀବନ ଯାପନ କରୁଥିବା ବକ୍ତାମାନେ ନିଜ ନିଜ ଭାବଭଙ୍ଗୀରେ ଅର୍ଥ ବିହୀନ ବକ୍ତବ୍ୟ ପ୍ରଦାନ କରିବା ଦ୍ୱାରା ସାଧାରଣତଃ ଜନମାନସରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ବୋଲି ଶନିବାର ବିରିଡି ବ୍ଲକ ନୂଆପାରୀ ମଦନ ମୋହନ ମଠ ଓ ଜଗତ୍ଗୁରୁ ରାମାନନ୍ଦା ଚାର୍ଯ୍ୟ ଙ୍କ ପୀଠରେ ଚାଲିଥିବା ମୂର୍ତ୍ତିକା ଶଙ୍କର ମହା ମୃତ୍ୟୁଞ୍ଜୟ ମହାଜଜ୍ଞ ରେ ଜଗତ ଗୁରୁ ଡ଼ଃ ସ୍ୱାମୀ ଅରୂପାନନ୍ଦଜୀ ମହାରାଜ ଏକ ଖବରଦାତା ସମିଳନୀରେ ପ୍ରକାଶ କରିଛନ୍ତି l
