Home ଓଡ଼ିଶା ବସ୍ ଷ୍ଟାଣ୍ଡ ନାମକରଣ କୁ ନେଇ ମିଶ୍ର ପ୍ରତିକ୍ରିୟା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ୧୬ନମ୍ଵର ଜାତୀୟ ରାଜପଥ ଉପରେ ନାଚୁଣୀ ଥାନା ପାର୍ଶ୍ଵ ଜଗତି ପାହାଡ଼ ପାଦଦେଶରେ ରାଜ୍ୟ ପରିବହନ ନିଗମ ପକ୍ଷରୁ ନିର୍ମାଣାଧୀନ ଏକ ବସ୍ ଷ୍ଟାଣ୍ଡ ର ନାମକରଣ କୁ ନେଇ ଅଞ୍ଚଳବାସୀ ଙ୍କ ପକ୍ଷରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବାଣପୁର ବ୍ଲକ ର ନାଚୁଣୀ ଗ୍ରାମ ପଞ୍ଚାୟତ ଅଧୀନ ସୁନାଖଳା ଏଵଂ ଵଡପଦର ରାଜସ୍ଵ ମୈ।ଜାର ମଧ୍ୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡ ର ନାମକରଣ ବାଣପୁର ଵସ୍ ଷ୍ଟାଣ୍ଡ ବୋଲି ବୋର୍ଡ ମରା ଯିବାକୁ ନେଇ ଅଞ୍ଚଳରେ ଜନ ସାଧାରଣ ଙ୍କ ମନରେ ବିସ୍ମୟ ଓ କୈ।ତୁହଳ ଓ ଦ୍ଵିଧା ମନୋଭାବ ପ୍ରକାଶ ପାଇଛି। ବାଣପୁର ବ୍ଲକ ହେଡ୍ କ୍ୱାର୍ଟର ଏହି ଠାରୁ ୧୭ କିଲୋମିଟର ଦୂର ରେ ଅବସ୍ଥିତ। କେହି କେହି ବ୍ଲକ୍ ଅନ୍ତର୍ଗତ ଏହି ବସ୍ ଷ୍ଟାଣ୍ଡ ର ନାମକରଣ ବ୍ଲକ ନାମ ଅନୁସାରେ ବାଣପୁର ଵସ୍ ଷ୍ଟାଣ୍ଡ ବୋଲି କରାଯାଇ ପାରିଥାଏ ବୋଲି ମତ ପୋଷଣ କରୁଥିବା ବେଳେ କେତେକ ଏହି ନାମକରଣ କୁ ଅଯଥାର୍ଥ ବୋଲି ଦାବୀ କରୁଛନ୍ତି । ତେବେ ରାଜ୍ୟର ରାଜଧାନୀ ଭୁବନେଶ୍ବର ବ୍ୟତୀତ ବ୍ରହ୍ମପୁର ପୂର୍ବରୁ ୨୦୦ କିଲୋମିଟର ଜାତୀୟ ରାଜପଥ ଉପରେ ଏଭଳି ମଧ୍ୟବର୍ତ୍ତୀ ବସ୍ ରହଣି ଏବଂ ଯାତ୍ରୀମାନଙ୍କ ର ବିଶ୍ରାମ ପାଇଁ ବସ୍ ଷ୍ଟାଣ୍ଡ ର ଆବଶ୍ୟକତା ଅନୁଭୂତ ହେଉଥିଲା । ଅତୀତରେ ରାଜଧାନୀ ରୁ ଆସୁଥିବା ପ୍ରଶାସନିକ ଅଧିକାରୀ ଏବଂ ରାଜନେତାଙ୍କ ର ସ୍ୱଳ୍ପ ସମୟ ରହଣି ପାଇଁ ସୁନାଖଳା ପୂର୍ତ୍ତ ଡ଼ାକ ବଙ୍ଗଳା ବ୍ୟତୀତ ଆଉ କିଛି ସୁବିଧା ନ ଥିଲା । ତେବେ ଏହି ସ୍ଥାନ ରେ ନିର୍ମାଣାଧୀନ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ମଧ୍ୟ ବାଲୁଗାଁ ଠାରୁ ସ୍ଥାନାଭାବରୁ ଏଵଂ ପ୍ରଶାସନିକ ସୁବିଧା ଦ୍ରୃଷ୍ଟି ରୁ ଏଠାକୁ ସ୍ଥାନାନ୍ତରିତ ହେବା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଆଗେଇ ଚାଲିଛି । ଅପରପକ୍ଷରେ ବାଣପୁର ରାଜସ୍ୱ ଉପଖଣ୍ଡ ଦାବୀ କରି ଆସୁଥିବା ଆନ୍ଦୋଳନ କାରୀ ମାନେ ଏହାକୁ ଭିନ୍ନ ଦ୍ରୃଷ୍ଟି ରେ ଦେଖୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ଏହି ନାମକରଣ କୁ ନେଇ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026 ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ by Proprietor Abhimanyu Maharana October 4, 2026 ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ by Proprietor Abhimanyu Maharana October 4, 2026 କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା by Proprietor Abhimanyu Maharana October 4, 2026 Kandhamal Gram Sabhas Strengthen Community Commitment to End Child Marriage by Proprietor Abhimanyu Maharana October 4, 2026