Home ଓଡ଼ିଶା ନୂଆଗଡ଼ ବ୍ଲକ୍ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ ୮ ଗୋଟି ବିଦ୍ୟାଳୟକୁ କମ୍ପ୍ୟୁଟର ବିତରଣ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ଅନ୍ତର୍ଗତ କେରେଡ଼ାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍ର ପ୍ରୟାସରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମୀଣ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ ଆଧୁନିକ ଜ୍ଞାନକୌଶଳରେ ସଶକ୍ତ କରିବାର ଲକ୍ଷ୍ୟ ନେଇ ଅଞ୍ଚଳର ୮ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିମାପଡ଼ା ମେଟ୍ ଗ୍ରୁପ୍ ତରଫରୁ କମ୍ପ୍ୟୁଟର ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ଚିଣ୍ଟୁ ଦେହୁରୀ, ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ, ନୂଆଗଡ଼ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲିଙ୍ଗରାଜ କାର୍ଜି ଦ୍ୱାରା ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ଉପସ୍ଥିତରେ କମ୍ପ୍ୟୁଟର ପ୍ରଦାନ କରାଯାଇଥିଲା । ନିମାପଡ଼ା ମେଟ୍ ଗ୍ରୁପ୍ର ଏହି ପଦକ୍ଷେପ ଗ୍ରାମୀଣ ଶିକ୍ଷାର୍ଥୀଙ୍କୁ ଡିଜିଟାଲ ସାକ୍ଷରତାରେ ଦକ୍ଷତା ଅର୍ଜନ କରାଇବା ସହ ସେମାନଙ୍କ ଶୈକ୍ଷିକ କୌଶଳକୁ ଉନ୍ନୀତ କରିବାରେ ଏକ ମହତୀ ପ୍ରୟାସ ରୂପେ ପରିଗଣିତ ହୋଇଛି । ଏହା ଶିକ୍ଷା କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରସାର ଏବଂ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ସମୟୋପଯୋଗୀ ଶିକ୍ଷାରେ ସମୃଦ୍ଧ କରିବା ଦିଗରେ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସାକ୍ଷରତା ପ୍ରୋତ୍ସାହନ ଏବଂ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଶିକ୍ଷାରେ ସଶକ୍ତ କରିବା ଦିଗରେ ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ସ୍ଥାନୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନିଜର ମତପ୍ରକାଶ କରିବା ସହ ଉକ୍ତ ଗ୍ରୁପର ଏହି ମହନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ । Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026