ମହିଳା ସଶକ୍ତିକରଣକୁ ଆଗକୁ ବଢ଼ାଇବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ଦିଶା କାର୍ଯ୍ୟକ୍ରମକୁ ମନ୍ତ୍ରୀଙ୍କ ପ୍ରଶଂସା
ସାରା ଓଡ଼ିଶାରେ ୫,୦୦୦ ମହିଳାଙ୍କୁ ସଶକ୍ତ କରିଛି “ଦିଶା”
ବ୍ରହ୍ମପୁର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ (କେନ୍ଦୁଝର) ଏବଂ ମେରାମଣ୍ଡଳୀ (ଢେଙ୍କାନାଳ)ର ୬୦୦ରୁ ଅଧିକ ମହିଳା ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ସମ୍ମାନିତ କରାଯାଇଥିଲା ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମାରୋହରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଏବଂ ଇସ୍ପାତ ଓ ଖଣି ବିଭାଗର ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ।
