ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :- ରଣପୁର ବ୍ଲକ୍ ଝାଡ଼ପଡା ଦୁର୍ଗା ମଣ୍ଡପ ଠାରେ ଝାଡପଡା ବରିଷ୍ଠ ନାଗରିକ କଲ୍ଯାଣ ପରିଷଦର ୩ୟ ବାର୍ଷିକୋତ୍ସବ ପରିଷଦର ସଭାପତି ଶିକ୍ଷାବିତ୍ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହ ଅବସରରେ ରାଜ୍ଯ ବରିଷ୍ଠ ନାଗରିକ ମହାସଂଘ ମହାସଚିବ ଶ୍ରୀଯୁକ୍ତ ରାଜକିଶୋର ସାମନ୍ତରାୟ ମୁଖ୍ୟବକ୍ତା, ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି,
ଜଗନ୍ନାଥ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସମ୍ପର୍କୀତ ବହୁମୂଲ୍ୟ ଉପାଦେୟ ତଥ୍ଯ ଉପସ୍ଥାପନ କରି ଉପସ୍ଥିତ ବରିଷ୍ଠ ନାଗରିକଙ୍କ ହୃଦୟକୁ ଜିଣିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ଭିତରେ ବିଜୟ କୁମାର ରାଉତ, ବାଳକୃଷ୍ଣ ମିଶ୍ର,ଡାକ୍ତର ମଧୁସୂଦନ ସେନାପତି, ସୁରେନ୍ଦ୍ର ରାଉତ, ଲିଙ୍ଗରାଜ ସାହୁ,ମନୋଜ ପାତ୍ର, ରମେଶ ରାଉତ, ରଘୁନାଥ ପରିଡା,ସରପଞ୍ଚ ସୗରୀବନ୍ଧୁ ସାହୁ, ଝାଡପଡା ଗ୍ରାମ ସଭାପତି ହରିବନ୍ଧୁ ଜଗଦେବ, ପ୍ଳଫୁଲ୍ଲ ଭଟ୍ଟ, ଭାଗ୍ୟଧର ଦଳେଇ, ଜଗବନ୍ଧୁ ରାଉତ, ଦଣ୍ଡପାଣି ଜେନା, ଦୁଃଖିଶ୍ଯାମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥିମାନେ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ଯା ସଂପର୍କରେ ଆଲୋକପାତ କରି ସମାଧାନ ଦିଗରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପରିଷଦର ସଂପାଦକ ମାଧବ ଚନ୍ଦ୍ର ରାଉତ ସଂପାକୀୟ ବିବରଣୀ ପାଠ କରିଥିଲେ । ୨୫୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ଵର୍ଦ୍ଧିତ କରା ଯାଇଥିଲା ।
