କୋରେକ୍ସ ସହ ୧୬ ଶହ ଟଙ୍କା ଜବତ ଜଣେ ଗିରଫ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :- ବଡଦାଣ୍ଡ ସୂର୍ଯ୍ଯ କମ୍ପ୍ଲେକ୍ସ ନିକଟରେ କୋରେକ୍ସ ବିକ୍ରି କରୁଥିବା ବେଳେ ଟାଉନଥାନା ପୋଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବାବାଜୀ ଓରଫ ବାସୁଦେବ ମହାରଣା (୫୬) । ତାଙ୍କ ଘର ବାସେଳୀ ସାହି ଥାନା ଅନ୍ତର୍ଗତ ତ୍ରିଦେବ ନଗରରେ । ତାଠାରୁ ୧୮ ବୋତଲ କଫ ସିରଫ,୧୬ ଶହ ଟଙ୍କା ଓ ଛୋଟ ମାଇକ୍ରୋମାକ୍ସ କି ପ୍ଯାଡ ଫୋନ ପୋଲିସ ଜବତ କରିଛି ।ଏ ସମ୍ପର୍କରେ ଟାଉନଥାନାରେ ୪୩୬/୨୫ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ମାନ୍ଯବର ଏସଡିଜେଏମ କୋର୍ଟ ତାର ଜାମିନ ନାମଞ୍ଜୁର କରି ତାକୁ ଜେଲ ହାଜତକୁ ପଠାଇ ଦେଇଛନ୍ତି । ଅଭିଯୁକ୍ତଙ୍କ ପୂର୍ବରୁ ବାସେଳୀ ସାହି ଥାନା ଓ ଟାଉନଥାନାରେ ମାମଲା ରହିଛି ।

Exit mobile version