ସୁରତର ସଡ଼କ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ସହାନୁଭୂତି ଦେଖାଇଲେ ଏନଏସି ଅଧ୍ୟକ୍ଷା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର  :- ଗୁଜରାତର ସୁରତ ସହରରେ କାର୍ଯ୍ୟରତ ଶ୍ରମିକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି l ତେବେ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୧୨ ନମ୍ବର ୱାର୍ଡ ଅମଲାପଡ଼ାର ସୂର୍ଯ୍ୟକାନ୍ତ ସାମନ୍ତରାୟ କିଛି ବର୍ଷ ଧରି ସୁରତ ସହର ସ୍ଥିତ ଏକ କପଡ଼ା ମିଲ୍‌ରେ ଶ୍ରମିକ କାମ କରିଆସୁଥିଲେ l ଶନିବାର ରାତିରେ ଅନ୍ୟ ଜଣେ ସାଥୀଙ୍କ ସହିତ ବାଇକ୍ ରେ ଗଣେଶ ଭସାଣି ଉତ୍ସବ ଦେଖି ଘରକୁ ଫେରୁଥିବା ସମୟରେ ଅସାବଧାନତାବଶତଃ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ନିକଟତମ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ରଣପୁର ଏନ୍‌ଏସି ଅଧ୍ୟକ୍ଷା ରଙ୍ଗିନ ମହାନ୍ତିଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏକ ଆମ୍ବୁଲାନ୍ସ ଯୋଗେ ସୂର୍ଯ୍ୟକାନ୍ତଙ୍କ ମୃତଦେହ ତାଙ୍କ ଜନ୍ମମାଟି ରଣପୁରକୁ ଅଣାଯାଇଥିଲା ।

ମୃତଦେହକୁ ବୁଧବାର ଦିନ ତାଙ୍କ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯିବା ପରେ ଶବ ଦାହ କାର୍ଯ୍ୟ ହୋଇଥିଲା ଏବଂ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ । ସୂର୍ଯ୍ୟକାନ୍ତଙ୍କ ମୃତ୍ୟୁରେ ତାଙ୍କ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ତଦ୍ ସହିତ ଏନଏସି ଅଧ୍ୟକ୍ଷା ଘରେ ମୃତକଙ୍କ ସ୍ତ୍ରୀ ଓ ବାର ବର୍ଷର ଝିଅ ସୁହାନି ଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

Exit mobile version