Home ଓଡ଼ିଶା ୟୁରୋକିଡସ ପକ୍ଷରୁ ହାର୍ଭାର୍ଡ ଅନୁପ୍ରାଣିତ ‘ହ୍ୟୁରେକା’ ପାଠ୍ୟକ୍ରମର ଶୁଭାରମ୍ଭ ସହ ଭୁବନେଶ୍ୱରରେ ମହତ୍ୱକାଂକ୍ଷୀ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଭାରତର ଅଗ୍ରଣୀ ପ୍ରି-ସ୍କୁଲ ବିଶେଷଜ୍ଞ ୟୁରୋକିଡସ୍ ଏହାର ୮ମ ସଂସ୍କରଣର ପାଠ୍ୟକ୍ରମ “ହ୍ୟୁରେକା – ଭିଜିବଲ ଥିକିଂ କରିକୁଲମ” ଉନ୍ମୋଚନ କରିଛି । ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ‘ପ୍ରୋଜେକ୍ଟ ଜିରୋ’ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର ସର୍ବାଙ୍ଗୀନ ବିକାଶର ଲକ୍ଷ୍ୟ ଅନୁଯାୟୀ ପରିକଳ୍ପିତ ‘ହ୍ୟୁରେକା’ ଶିଶୁ ଶିକ୍ଷାର୍ଥୀମାନଙ୍କ ସାମ୍ପ୍ରତିକ ଏବଂ ସୃଜନଶୀଳ ଚିନ୍ତନ କୌଶଳ ବୃଦ୍ଧି କରିବାକୁ ପ୍ରସ୍ତୁତ କରାଯାଇଛି । ଏକ ମହତ୍ୱକାଂକ୍ଷୀ ଅଭିବୃଦ୍ଧି ରଣନୀତିର ଅଂଶ ଭାବେ ଏହି ପ୍ରି-ସ୍କୁଲ ନେଟୱର୍କ ଭୁବନେଶ୍ୱର ଏବଂ ସାରା ଓଡ଼ିଶାରେ ଏହାର ଉପସ୍ଥିତି ବିସ୍ତାର କରିବାକୁ ମଧ୍ୟ ଯୋଜନା ଘୋଷଣା କରିଛି । ଯୋଜନା ଅନୁଯାୟୀ, ୟୁରୋକିଡସ୍ ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟରେ ୩୨ଟି ନୂତନ କେନ୍ଦ୍ର ଖୋଲିବ, ଯାହାଦ୍ୱାରା ଓଡ଼ିଶାରେ ଥିବା ଏହାର କେନ୍ଦ୍ର ସଂଖ୍ୟା ୪୩ରୁ ବୃଦ୍ଧି ପାଇ ୭୫କୁ ପହଂଚିବ ଏବଂ ରାଜ୍ୟର ପ୍ରାରମ୍ଭିକ ଶିକ୍ଷାର ଗୁଣବତା ବୃଦ୍ଧି ପାଇବ । ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରର ଅଗ୍ରଣୀ ୟୁରୋକିଡସ୍, ଉଚ୍ଚ ଗୁଣବତା ଯୁକ୍ତ ପ୍ରାରମ୍ଭିକ ଶିକ୍ଷାର ଆବଶ୍ୟକତାକୁ ଦର୍ଶାଉଛି, ତେଣୁ ଏହା ନିୟମିତ ଭାବରେ ଏହାର ପାଠ୍ୟକ୍ରମକୁ ଅପଡେଟ୍ କରୁଛି । ‘ହ୍ୟୁରେକା’ ପିଲାମାନଙ୍କୁ “କ’ଣ’ ଚିନ୍ତା କରିବାକୁ ହେବ ଶିଖାଇବା ପରିବର୍ତ୍ତେ ସେମାନଙ୍କୁ “କିପରି’ ଚିନ୍ତା କରିବେ ସେହି ଦିଗରେ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଏହି ପାଠ୍ୟକ୍ରମଟି ୨୦ଟି ଗଠନମୂଳକ ହାର୍ଭାର୍ଡ ଅନୁପ୍ରାଣିତ ଚିନ୍ତନ ପ୍ରଣାଳୀ ପରିଚିତ କରାଇବ ଯାହା କୌତୁହଳ ଜାଗ୍ରତ, କଳ୍ପନାଶକ୍ତି ବୃଦ୍ଧି ଏବଂ ଶିଶୁମାନଙ୍କର ସାମ୍ପ୍ରତିକ ଚିନ୍ତନ ଶକ୍ତିକୁ ପ୍ରୋତ୍ସାହିତ କରିବ, ଯାହାଦ୍ୱାରା ପିଲାମାନେ କେବଳ ସୂଚନା ଗ୍ରହଣ କରିବେ ନାହିଁ ବରଂ ସେଗୁଡିକୁ ସକ୍ରିୟ ଭାବରେ ଏପରି ଭାବରେ ବ୍ୟବହାର କରିବେ ଯାହା ଗଭୀର ବୋଧଶକ୍ତି ଏବଂ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବ । ୧୮ ମାସର କଠୋର ଗବେଷଣା, ପାଇଲଟ ପରୀକ୍ଷଣ ଏବଂ ଉନ୍ନତୀକରଣ ପରେ ବିକଶିତ ହ୍ୟୁରେକାର “ଏପିକ୍ସ” ଫ୍ରେମୱର୍କ (ଯାହା ଭାବନାତ୍ମକ, ଶାରୀରିକ, ବୁଦ୍ଧିଗତ, ସୃଜନଶୀଳ ଏବଂ ଆଧ୍ୟାତ୍ମିକ ମାନ୍ୟତା) ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ଶିକ୍ଷା ବ୍ୟବସ୍ଥାରେ ବାରମ୍ବାର ଅଣଦେଖା କରାଯାଇଥିବା ବିକାଶର ପାଞ୍ଚଟି ମୂଳ କ୍ଷେତ୍ରକୁ ସାମିଲ କରିବ । ଏହି ପାଠ୍ୟକ୍ରମର ମୂଳସ୍ତମ୍ଭ ହେଉଛନ୍ତି ୧୩ଟି ଭିନ୍ନ କାର୍ଯ୍ୟକ୍ରମ (କୋଡ଼କ୍ୱେଷ୍ଟ, ୟୁରୋକନେକ୍ଟ, ୟୁରୋଫିଟ, ୟୁରୋଆର୍ଟ, ଏଲିଭେଟ୍, ଏବଂ ଅନ୍ୟାନ୍ୟ) ଯାହାକି ପ୍ରତ୍ୟେକ ପିଲାଙ୍କ ଶିକ୍ଷାଗ୍ରହଣ ଯାତ୍ରା ପାଇଁ ଉପଯୁକ୍ତ ଏବଂ ସେମାନଙ୍କୁ କେବଳ ଏକାଡେମିକ୍ ସଫଳତା ପାଇଁ ନ ହେଇ ଜୀବନବ୍ୟାପୀ ବ୍ୟକ୍ତିଗତ ବିକାଶ ପାଇଁ ମଧ୍ୟ ପ୍ରସ୍ତୁତ କରିବ । ଏହି ପାଠ୍ୟକ୍ରମର ଉନ୍ମୋଚନ ଅବସରରେ ଲାଇଟହାଉସ୍ ଲର୍ଣ୍ଣିଂର ପ୍ରି-କେ ଡିଭିଜନ (ୟୁରୋକିଡସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଭିଏସ ଶେଶାଶାୟୀ କହିଛନ୍ତି ଯେ, “ୟୁରୋକିଡସରେ ଆମେ ଦୁଇ ବର୍ଷ ବୟସରୁ ହିଁ ମାନସିକ ଏବଂ ସାମ୍ପ୍ରତିକ ଚିନ୍ତନକୁ ପ୍ରୋତ୍ସାହିତ କରି ଜୀବନବ୍ୟାପୀ ଶିକ୍ଷାର ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବିଶ୍ୱାସ କରୁଛୁ । ଡଃ ଅନିତା ମଦାନଙ୍କ ଦ୍ୱାରା ପରିକଳ୍ପିତ ହ୍ୟୁରେକା ପ୍ରାରମ୍ଭିକ ବାଲ୍ୟଶିଶୁ ଯତ୍ନ ଏବଂ ଶିକ୍ଷା କ୍ଷେତ୍ରର ସବୁଠାରୁ ନବୀନତମ ପାଠ୍ୟକ୍ରମ ଭାବରେ ଗଠିତ । ଆମର ସର୍ବାଙ୍ଗୀନ ଦୃଷ୍ଟିକୋଣ ନିଶ୍ଚିତ କରୁଛି ଯେ, ପିଲାମାନେ କେବଳ ବିଦ୍ୟାଳୟ ନୁହେଁ, ଜୀବନ ପାଇଁ ମଧ୍ୟ ପ୍ରସ୍ତୁତ ହେବା ସହ ଏକ ନିରବଚ୍ଛିନ୍ନ କ୍ରମରେ ବିକଶିତ ହେଉଥିବା ପୃଥିବୀକୁ ଆଗକୁ ବଢ଼ାଇବାର ଦକ୍ଷତା ହାସଲ କରିବେ । ଆମେ ଉତ୍ସାହିତ ଯେ ଏହି ପାଠ୍ୟକ୍ରମ ଭବିଷ୍ୟତର ଚିନ୍ତନାୟକ ଏବଂ ନୂତନ ନେତୃତ୍ୱଙ୍କୁ ଗଠନ କରିବ । ଏହି ନୂତନ ପାଠ୍ୟକ୍ରମ ସହିତ ଆମେ ଭୁବନେଶ୍ୱର ଏବଂ ସାରା ଓଡ଼ିଶାରେ ଆମର ଉପସ୍ଥିତି ଆହୁରି ଦୃଢ଼ କରିବାକୁ ଆଗ୍ରହୀ ।” ପାଠ୍ୟକ୍ରମର ଉନ୍ମୋଚନ ବେଳେ ୟୁରୋକିଡସର ପାଠ୍ୟକ୍ରମ ବିକାଶ ମୁଖ୍ୟ ଡଃ ଅନିତା ମଦାନ କହିଛନ୍ତି ଯେ, “‘ହ୍ୟୁରେକା’ ହେଉଛି ପ୍ରାରମ୍ଭିକ ଶିକ୍ଷାରେ ଏକ ପରିବର୍ତ୍ତନଶୀଳ ଉପାୟ । “ଏପିକ୍ସ” ଫ୍ରେମୱର୍କ ସହିତ ଆମେ କେବଳ ବୁଦ୍ଧିଗତ ମାନ୍ୟତା (ଆଇ-କ୍ୟୁ) ଉପରେ ଧ୍ୟାନ ଦେଉନାହୁଁ ବରଂ ଏକ ସୁଗଠିତ ବିକାଶକୁ ପ୍ରୋତ୍ସାହିତ କରୁଛୁ ଯାହା ଭାବନାତ୍ମକ, ଶାରୀରିକ, ସୃଜନଶୀଳ ଏବଂ ଆଧ୍ୟାତ୍ମିକ ମାନ୍ୟତାକୁ ଅନ୍ତର୍ଭୁକ୍ତ କରୁଛୁ । ଆମେ ଚାହୁଁଛୁ ଯେ ପିଲାମାନେ କେବଳ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଉତ୍ତରକୁ ମଧ୍ୟ ପ୍ରଶ୍ନ ସହିତ ଯୋଡ଼ନ୍ତୁୁ । ଏହି ପରିବର୍ତ୍ତନ ମାନସିକ, ସାମ୍ପ୍ରତିକ ବିଶ୍ଳେଷଣ ଏବଂ ଚାରିପାଖର ପୃଥିବୀ ସହିତ ଏକ ଗଭୀର ସଂଯୋଗ ପ୍ରଦାନ କରିବ । ଶିକ୍ଷଣୀୟ ପ୍ରସ୍ତୁତି ଠାରୁ ଅଧିକ ଭାବେ ‘ହ୍ୟୁରେକା’ ଏକ ମାନସିକତା ସମୃଦ୍ଧିକୁ ପ୍ରୋତ୍ସାହିତ କରିବ, ଯେଉଁଠାରେ ପିଲାମାନେ ପରସ୍ପର ମଧ୍ୟରେ ଯୋଗାଯୋଗ କରିବା, ସମସ୍ୟା ସମାଧାନ କରିବା ଏବଂ ଅର୍ଥପୂର୍ଣ୍ଣ ଉପାୟରେ ପୃଥିବୀ ସହିତ ଜଡିତ ହେବା ପାଇଁ ସଶକ୍ତ ହୋଇପାରିବେ ।” ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ସହ ସମାନ୍ତରାଳ ଭାବେ ପ୍ରାଚୀନ ଭାରତୀୟ ପଂଚକୋଷ ଧାରଣା ଅନୁସାରେ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିବା ‘ହ୍ୟୁରେକା’ ଏହି ସିଦ୍ଧାନ୍ତଗୁଡିକୁ ଏହାର ଶିକ୍ଷାଗତ ଦୃଷ୍ଟିକୋଣରେ ସମନ୍ୱିତ କରିଛି । ଏହା ସହିତ ୟୁରୋକିଡସ୍ ଏହାର ‘ହୋମବଡି ଆପ୍ଲିକେସନ’କୁ ମଧ୍ୟ ଉନ୍ନତ କରୁଛି ଯାହା ପାଠ୍ୟକ୍ରମକୁ ଶିକ୍ଷଣୀୟ କରିବା ସହ ସମୃଦ୍ଧ ଏବଂ ସନ୍ତୁଳିତ ସ୍କ୍ରିନ୍ ସମୟ ବଜାୟ ରଖିବା ମଧ୍ୟରେ ଜ୍ଞାନଗତ ବିକାଶକୁ ସମର୍ଥନ କରୁଛି । ୨୩ ବର୍ଷର ଅଧିକ ଅନୁଭବ, ୫୦୦ରୁ ଅଧିକ ସହରରେ ୧୭୦୦ରୁ ଅଧିକ ପ୍ରି-ସ୍କୁଲର ଏକ ନେଟୱର୍କ ସହ ବର୍ତ୍ତମାନ ସୁଦ୍ଧା ୭,୦୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହିତ ୟୁରୋକିଡସ୍ ଭବିଷ୍ୟତ ପାଇଁ ନୂତନ ଯୁବପିଢ଼ୀ ପ୍ରସ୍ତୁତ କରିବାରେ ଆଗୁଆ ରହିଛି । ଏହି ପାଠ୍ୟକ୍ରମଟି ଜିଜ୍ଞାସୁ, ସୁଗଠିତ ଶିକ୍ଷାର୍ଥୀମାନଙ୍କୁ ଗଠନ କରିବା ପାଇଁ ୟୁରୋକିଡସର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ପ୍ରାରମ୍ଭିକ ବାଲ୍ୟ ଶିଶୁ ଶିକ୍ଷା କ୍ଷେତ୍ରରେ ଏକ ଦୃଢ଼ ଅଗ୍ରଜ ଭାବରେ ଏହାର ଉପସ୍ଥିତିକୁ ଦୋହରାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ by Proprietor Abhimanyu Maharana August 8, 2026 ଜାତୀୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ରଥଯାତ୍ରା, ବାଲିଯାତ୍ରା, ଓଡ଼ିଶୀ ଓ ଛଉ ନୃତ୍ୟ - ସାଂସଦ ଦିଲ୍ଲୀପ ରାୟ by Proprietor Abhimanyu Maharana August 8, 2026 ହିରୋସୀମା ଦିବସ ପାଳିତ, ଶାନ୍ତି ର ବାର୍ତ୍ତା ବଣ୍ଟନ by Proprietor Abhimanyu Maharana August 7, 2026 ବ୍ରହ୍ମାନନ୍ଦ ସ୍ବାଇଁଙ୍କ ପରଲୋକ by Proprietor Abhimanyu Maharana August 7, 2026 ମାଲକାନଗିରି ଜିଲ୍ଲା ଗସ୍ତରେ ଆଇପିଆର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ ପ୍ରଧାନ : କାର୍ଯ୍ୟର ସମୀକ୍ଷା ସହ ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ by Proprietor Abhimanyu Maharana August 7, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି by Proprietor Abhimanyu Maharana August 7, 2026