କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ କନ୍ଧବାହାଲ ଗାଁ ଆଜାଦ ବ୍ଳକ ପକ୍ଷରୁ ସଭାପତି ଚମ୍ପେଶ୍ଵର ବାଗ ଙ୍କ ନେତୃତ୍ବ ରେ ରବିବାର ରାତ୍ରିରେ ବିରାଟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ବିଜୁ ଜନତା ଦଳ ନେତ୍ରୀ ନିରୁପମା ମାଝି, ସ୍ବତନ୍ତ୍ର ଅତିଥି ପୂର୍ବତନ ସୈନିକ ତଥା ଯୁବ ବିଜେଡି ନେତା ଗିରିରାଜ ସିଂ ମାଝି, ମୁଖ୍ଯ ବକ୍ତା ଭାବେ ଡକ୍ଟର ରମେଶ ଚନ୍ଦ୍ର ମାହାନନ୍ଦ, ସମ୍ମାନୀତ ଅତଥି ଭାବେ ସମାସେବୀ ଗୋବିନ୍ଦ ତାଣ୍ଡି,
ବିଜେଡି ନେତା ଆଶାଦୁଲା ଖାଁ, ରାଜ୍ଯ ସାମ୍ବାଦିକ ସଂଘ ବଲାଙ୍ଗୀର ଜିଲ୍ଲା ଉପ ସଭାପତି ରୋହନ କୁମାର ମହତ, ପତ୍ରକାର ସଂଘ ଜିଲ୍ଲା ସଭାପତି ତୁଲସୀରାମ ଜଗତ, ଯୁବ ସାମ୍ବାଦିକ ମୋହନ ସୁନା, ବିଜେଡି ନେତ୍ରୀ ପିଙ୍କି ଖର୍ସେଲ, ସ୍ବେଚ୍ଛା ସଂଗଠନ ସଭାପତି ଶାନ୍ତାନୁ ବିଭାର ବିଜେଡି ନେତା ଦେବରା ବାରିକ, ଦେବରାଜ ଯାଦବ, ଜିତେନ୍ଦ୍ର ଖୁରା ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମ ରେ ବିଶେଷଜ୍ଞ ଆକର୍ଷଣ ଭାବେ ଅଭିନେତ୍ରୀ ପ୍ରାଚି ପାଣିଗ୍ରାହୀ, କଣ୍ଠଶିଳ୍ପୀ ଅଶୋକ କୁମାର ଯୋଗ ଦେଇଥିଲେ।
