Home ଓଡ଼ିଶା ଖୁଦୁରୁକୁଣୀ ଉତ୍ସବ ଉଦ୍ ଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବାଣପୁର ବ୍ଲକ ମୋରାମୋରି ଗ୍ରାମ ପଞ୍ଚାୟତ ଅଧୀନ କନ୍ଧ ଆମ୍ଵଝର ର ଅଗ୍ରଣୀ ସାଂସ୍କୃତିକ ସଂଗଠନ ମା ବାଉତି କଳା ନିକେତନ ର ଖୁଦୁରୁକୁଣୀ ଉତ୍ସବ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉଦ୍ ଯାପିତ ହୋଇଯାଇଛି। ଅନୁଷ୍ଠାନ ତରଫରୁ ଖୁଦୁରୁକୁଣୀ କମିଟି ସଦସ୍ୟା ରିଙ୍କି, ପୂଜା,ପପି, ଟୁକୁ,ପୁଷ୍ପା,ଗୁଡୁ, ସୁପ୍ରିୟା ଓ ସଙ୍ଗୀତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଓଡ଼ିଶା ର ପ୍ରାଚୀନ ନୈ। ବାଣିଜ୍ୟ ସ୍ମୃତି ଆଧାରିତ ଉତ୍ସବ ର ଉଦ୍ ଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ବସନ୍ତ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ମୋରାମୋରି ଗ୍ରାମ ପଞ୍ଚାୟତ ର ସରପଞ୍ଚ ବସନ୍ତ କୁମାର ମାଳି, ସମ୍ମାନିତ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ରାଜ କିଶୋର ସାହୁ, ଉତ୍କଳିକା ସଙ୍ଗୀତ ଏକାଡେମୀ ର ସଙ୍ଗଠିକା ଅର୍ପିତା ମହାପାତ୍ର, ସମାଜସେବୀ ରଘୁନାଥ ପ୍ରଧାନ ଗୋଲକ ବିହାରୀ ଜେନା, ଅଶୋକ କୁମାର ମାଝୀ,ଧ୍ରୃବ ଚହଟ୍ଟରାୟ ପ୍ରମୁଖ ଯୋଗଦେଇ ଓଡ଼ିଶା ର ଗୈ।ରଵୋଜ୍ଜଳ ସାଂସ୍କୃତିକ ପରମ୍ପରା ଓ ପର୍ବପର୍ବାଣୀ ରେ କୁମାରୀ ମାନଙ୍କ ଦ୍ଵାରା ଭାଦ୍ରବ ମାସ ରେ ପାଳିତ ଖୁଦୁରୁକୁଣୀ ଓଷା ର ସ୍ବତନ୍ତ୍ର ପରିଚୟ ରହିଛି ବୋଲି ଅଭିଭାଷଣ ମାଧ୍ୟମରେ ମତ ବ୍ୟକ୍ତ କରିଥିଲେ। ମଞ୍ଚ ସନ୍ ଯୋଜନା କରିଥିଲେ ନ୍ରୃତ୍ୟ ଗୁରୁ ସତ୍ୟ ନାରାୟଣ ବାରିକ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍କଳିକା ସଙ୍ଗୀତ ଏକାଡେମୀ,ଡ୍ୟାନ୍ସ ଆଇନ୍, ଚିଲିକା ଏଵଂ ସ୍ଥାନୀୟ ଶିଶୁ କଳାକାର ମାନେ ଚିତ୍ତାକର୍ଷକ ନ୍ରୃତ୍ୟ ପରିବେଷଣ କରି ଥିଲେ। ନ୍ରୃତ୍ୟ ପ୍ରତି ଯୋଗିତାରେ ଯୁଗ୍ମ ନ୍ରୃତ୍ୟ ପରିବେଷଣ ପାଇଁ ପରୀ ଓ ପବିତ୍ର ଙ୍କୁ ପ୍ରଥମ ପୁରସ୍କାର , ସୋନାଲୀ -ଶ୍ରୀତମ୍ ଙ୍କୁ ଏଵଂ ଲିଜା -ଗୈ।ତମଙ୍କୁ ଦ୍ଵିତୀୟ ପୁରସ୍କାର,ମଙ୍ଗୁ-ଶିବୁନ୍ ଙ୍କୁ ତ୍ରୃତୀୟ ପୁରସ୍କାର ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ ଶିବୁ ପ୍ରଧାନ। Categories: ଓଡ଼ିଶା, ଖୋର୍ଦ୍ଧା, ମନୋରଞ୍ଜନ, ହୋମ୍ Related Content ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ସହରରେ ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର by Proprietor Abhimanyu Maharana September 13, 2026 ପଞ୍ଚମା ସ୍ଥିତ ସିଦ୍ଧ ବିନାୟକ ଙ୍କ ପୀଠରେ "ଶ୍ରୀ ବିନାୟକ ପର୍ବ" ପୂଜା ଉତ୍ସବ ପାଳନ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 13, 2026 ଗୋସାଇଁନୂଆଗାଁ ନେହୁର ନଗର ଦୁର୍ଗା ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 12, 2026