Home ଓଡ଼ିଶା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ ସି ସି ଡ଼ି ସଙ୍ଗଠନ ଆନୁକୁଲ୍ୟରେ ବିଶ୍ଵ ଫିଜିଓଥେରପି ଦିବସ ପାଳିତ by Proprietor Abhimanyu Maharana 9 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସମର୍ଥ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ “ବିଶ୍ଵ ଫିଜିଓଥେରାପି ଦିବସ” ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପାଳିତ ହୋଇଯାଇଛି ।ଜିଲ୍ଲା ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯେ , ବୌଦ୍ଧିକ ଅକ୍ଷମତା ଥିବା ପିଲା ମାନଙ୍କର ସାମଗ୍ରିକ ବିକାଶକୁ ସମର୍ଥନ କରିବାରେ ଫିଜିଓଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ ସୃଷ୍ଠି କରିବା । ଏହି ଅବସରରେ ଗଜପତି ଜିଲ୍ଲାର ୪ଟି ଆଦିବାସୀ ଅଧ୍ୟୁଷିତ ଏବଂ ୨ ଟି ସାଧାରଣ ବ୍ଲକରେ ୭୧ ଜଣ ପିଲାଙ୍କୁ ମାଗଣାରେ ଫିଜିଓଥେରପି ସେବା ପ୍ରଦାନ କରିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି ସି ଡ଼ି: ପକ୍ଷରୁ ଚାଲିଥିବା ପ୍ରୟାସକୁ ସଫଳଗାମୀ କରାଯିବ ଯାହାକି , ସେମାନଙ୍କ ବିକାଶ , ସ୍ୱାସ୍ଥ୍ୟ ଓ କଲ୍ୟାଣରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ସାମୁଦାୟିକ ସଂପୃକ୍ତି ଏବଂ ଅନ୍ତର୍ଭୁକ୍ତ ସ୍ୱାସ୍ଥ୍ୟ ସେବାର ଗୁରୁତ୍ଵ ଉପରେ ଗୁରୁତ୍ୱାରୋପ କରିଥାଏ ।ଏହି କାର୍ଯ୍ୟକ୍ରମ ଅବସରରେ ୧୨ ଜଣ ପିଲାଙ୍କୁ ସହାୟକ ଉପକରଣ ପ୍ରଦାନ କରା ଯାଇଥିବା ବେଳେ ୩ ଜଣ ପିଲାଙ୍କୁ ସିପି: ଚେୟାର , ୭ ଜଣ ପିଲାଙ୍କୁ ୱାକର ,ଗୋଟିଏ ପିଲାକୁ କର୍ଣ୍ଣର ସିଟ, ଗୋଟିଏ ପିଲାକୁ ଗାଏଟର , ଏବଂ ଟାଇଲୋର୍ ବ୍ରେସ ପ୍ରଦାନ କରା ଯାଇଥିଲା , ଯାହାଦ୍ଵାରା ସେମାନଙ୍କ ସ୍ଥିତି ଓ ଗତିଶୀଳତା କ୍ଷେତ୍ରରେ ଉନ୍ନତି ହୋଇପାରିବ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ସାରଳା ପାତ୍ର , ଜିଲ୍ଲା ଶିଶୁ କଲ୍ୟାଣ ସମିତିର ସଦସ୍ୟା ଶ୍ରୀମତୀ ମମତା ଶତପଥୀ , ଡିଷ୍ଟ୍ରିକ୍ଟ୍ ଆର୍ଲି ଇଣ୍ଟରଭେନସନ୍ ସେଣ୍ଟର୍ (ଆର:ବି:ଏସ:କେ:)ର ଫିଜିଓଥେରପିଷ୍ଟ ଡ଼ାଃ ପ୍ରମୋଦ ନାଥ ପାଢ଼ୀ , ସି ସି ଡ଼ି ଅନୁଷ୍ଠାନର ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଏବଂ ଜିଲ୍ଲା ମହିଳା ସମବାୟ ସମ୍ପାଦିକା ଶ୍ରୀମତୀ ଏ: ପଦ୍ମାରାଜ୍ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଉପସ୍ଥିତ ଥିବା ସମସ୍ତ ପରିବାର , ପିଲା ଓ ସେବାକାରୀ ଯତ୍ନବାନ ମାନଙ୍କୁ ବୌଦ୍ଧିକ ବିକାଶ କ୍ଷେତ୍ରରେ ଉପାଦେୟ ତଥା ପ୍ରେରଣାମୟ ପରାମର୍ଶ ଦେଇଥିଲ l Categories: ଓଡ଼ିଶା, ଗଜପତି, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026