ବାଲୁକା କଳାରେ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ଆଶୁ ଆରୋଗ୍ୟ କାମନା

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର  :-  ଓଡିଶାର ଲୋକପ୍ରିୟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାର ଅସୁସ୍ଥ ହୋଇ ମେଡିକାଲରେ କୋମାରେ ଅଛନ୍ତି । ଓଡ଼ିଶାରେ ତାଙ୍କର ଲକ୍ଷାଧିକ ଫ୍ଯାନ ରହିଛନ୍ତି । ପୁଣି ସଙ୍ଗୀତଜ୍ଞ ଜଗତ ସେ ସୁସ୍ଥ ହୋଇ ଫେରନ୍ତୁ ଏହା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ଆନ୍ତର୍ଜାତିୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସମୁଦ୍ରକୂଳରେ ବାଲୁକା କଳା ମାଧ୍ୟମରେ ଶ୍ରୀମଜମୁଦାରଙ୍କ ବାଲୁକା କଳାକୃତି କରି ଆଶୁ ଆରୋଗ୍ଯ କାମନା କରିଛନ୍ତି ।

ବାଲିରେ ମଜଦୁରାଙ୍କ ମୂର୍ତ୍ତି ନିର୍ମାଣ କରିବା ସହ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ପାଖରେ ଆଶୁ ଆରୋଗ୍ଯ କାମନା କରୁଛୁ ଓ ଗେଟ ୱେଲସୁନ ଲେଖାଯାଇଛି । ଏହି ବାଲୁକାକୃତି ଦେଖି ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ସହରବାସୀ ସେହି ଠାରେ ଶ୍ରୀମଜମୁଦାରଙ୍କ ସୁସ୍ଥ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି ।

Exit mobile version