କଣ୍ଟାବାଞ୍ଜି (ଓଡ଼ିଶା ତାଜା ନ୍ୟୁଜ୍) ନି. ପ୍ର :- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ହିଆଁଲ ସ୍ଥିତ ଅନ୍ବେଷା ହଷ୍ଟେଲର ଛାତ୍ର ନିବାସରେ ଜଣେ ଛାତ୍ର ଆତ୍ମହତ୍ୟା କରିଛି । ମୃତ ଛାତ୍ର ଜଣକ ହେଲେ ପାଟଣାଗଡ଼ ଉପଖଣ୍ଡ ବେଳପଡାର ଆଦର୍ଶ ସେଠ । ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜି ସ୍ଥିତ ଲାୟନ୍ସ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ନୂଆଁଖାଇ ଛୁଟିରେ ଗାଁ କୁ ଯାଇଥିବା ବେଳେ ଗତ ୩ ତାରିଖ ଦିନ ହଷ୍ଟେଲ କୁ ଆସିଥିଲେ । ଶନିବାର ଦିନ ଛାତ୍ର ଜଣକର ସନ୍ଦେହ ଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି ।
ହଷ୍ଟେଲ କତ୍ତୃପକ୍ଷ କଣ୍ଟାବାଞ୍ଜି ଥାନାରେ ସୂଚନା ଦେବା ପରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କୁ ଖବର ଦେବା ପରେ ମୃତ ଛାତ୍ର ଙ୍କ ମାଆ ହଷ୍ଟେଲକୁ ପହଁଚିଛନ୍ତି । କେଉଁ କାରଣରୁ ଛାତ୍ର ଆତ୍ମହତ୍ୟା କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁ ନେଇ କଣ୍ଟାବାଞ୍ଜି ପୁଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ କରୁଛି । ଘଟଣା ସ୍ଥଳ ରେ ପୁଲିସ ଏସ୍ଡିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।
