ସଂଜୀବ ଦାସ ଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର  :- ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୀରାଙ୍ଗ ର ଶିକ୍ଷକ ସଂଜୀବ କୁମାର ଦାସ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ତୃତୀୟ ଭାଷା ନିମନ୍ତେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ,ଆଦର୍ଶ ଶିକ୍ଷକ, ତଥା ଛାତ୍ରବତ୍ସଳ ଭାବରେ ସମଗ୍ର ଜିଲ୍ଲାରେ ପରିଚିତ ।

ବିଗତ ଦିନରେ ସେ ଜଣେ ଶ୍ରେଷ୍ଠ ଶିକ୍ଷକ ଭାବରେ ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କାର ପାଇ ସାରିଛନ୍ତି । ସଂସ୍କୃତ ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ପିଲାମାନଙ୍କୁ ସଂସ୍କୃତ ଶିକ୍ଷାପ୍ରତି ଆଗ୍ରହୀ କରିବା ସହିତ ସଂସ୍କୃତ ଶିକ୍ଷାକୁ ସହଜ ସରଳ ଓ ବୋଧଗମ୍ୟ କରିପାରିଛି ।

ତାଙ୍କର ମାର୍ଗ ଦର୍ଶନରେ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ବହୁସଂଖ୍ୟା ରେ ପିଲାମାନେ ସଂସ୍କୃତ ବିଷୟରେ ଉନ୍ନତମାନର ମାର୍କପ୍ରଦର୍ଶନ କରି ଜିଲ୍ଲା ଓ ବ୍ଲକ ସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷାପୁରସ୍କାର ପାଇଛନ୍ତି । ଏହି ସଫଳତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲୋବିତ ବଡ଼ରଇତ ପ୍ରଶଂସା କରିବା ସହିତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ର ସମସ୍ତ ସଦସ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Exit mobile version