ବାଣୀବିହାର କ୍ୟାମ୍ପସରୁ ବାହାରିଲେ ଅଣଛାତ୍ର

ଓଡ଼ିଶା ତାଜା ନ୍ୟୁଜ୍ ଡିଜିଟାଲ (ନି:ପ୍ର) :- ବାଣୀବିହାର କ୍ୟାମ୍ପସରୁ ଅଣଛାତ୍ର ବାହାରିବେ ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଚଢାଉ କରିଛି କମିସନରେଟ୍‍ ପୁଲିସ । ଦିନ ୧୦ଟା ୩୦ମିନିଟରେ ବିଭିନ୍ନ ହଷ୍ଟେଲରେ ପୁଲିସ ଟିମ୍‍ ଚଢାଉ କରି ଅଣଛାତ୍ରଙ୍କୁ ତଡିବାରେ ଲାଗିଛି ।

ହଷ୍ଟେଲ ୧,୨,୩,ଓ ୫ ରୁ ବିଦା ହେବେ ସମସ୍ତ ଅଣଛାତ୍ର । ପୁଲିସ ଅଧିକାରୀଙ୍କ ସହ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ ମଧ୍ୟ ରେଡରେ ସାମିଲ ହୋଇଛନ୍ତି । ବନ୍ଦ ଥିବା ହଷ୍ଟେଲ୍‍ ରୁମ୍‍ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ ।

ଚଢାଉ ପାଇଁ ଆଜି ଦିନ ୧ଟା ୩୦ମିନିଟ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ରଦ୍ଦ କରିଛନ୍ତି ପିଜି କାଉନସିଲ୍‍ । ଅଣଛାତ୍ରଙ୍କୁ ତଡିବା ପାଇଁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‍ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଅଭିଯାନରେ ସାମିଲ ହୋଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି, ଅଧ୍ୟାପକ, ଅଧ୍ୟାପିକା ।

Exit mobile version