ନୂଆଦିଲ୍ଲୀ (ଓଡ଼ିଶା ତାଜା ନ୍ୟୁଜ୍) (ନି:ପ୍ର) :- (କିଶୋର ଦ୍ବିବେଦୀଙ୍କ ଠାରୁ) ଏଠାକାର ପଶ୍ଚିମ ଦିଲ୍ଲୀସ୍ଥିତ ବିକାଶ ପୁରୀ ଠାରେ ୨୫ତମ ବାର୍ଷିକ ଗଣେଶ ମହୋତ୍ସବ ମହା ସମାରୋହରେ ସମାପନ ହୋଇଯାଇଥିବା ଜଣାଯାଇଛି । ଗଜାନନଙ୍କ ପୂଜା ଉପଲକ୍ଷେ ଆରାଧନା ମଣ୍ଡପ ଓ ସାଂସ୍କୃତିକ ମଞ୍ଚକୁ ଖୁବ ସୁନ୍ଦର ଏବଂ ଆକର୍ଷକ ଭାବରେ ସଜ୍ଜା ଯାଇଥିବାର ଦେଖାଯାଇଥିଲା ।
