ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ଖୋର୍ଦ୍ଧା (ନି:ପ୍ର) :- ମାଲକାନଗିରି ପୌର ପରିଷଦର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ। ସେଥି ନିମନ୍ତେ ଆଜି ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ପୌର ପରିଷଦ ଅଧୀନରେ ଥିବା ଆଦର୍ଶ ଶ୍ମଶାନ, ନୂତନ ଭାବେ ଲୋକାର୍ପଣ ହୋଇଥିବା ବହୁମୁଖୀ ହଲ୍,
ପ୍ରଧାନୀଗୁଡା ଠାରେ ଥିବା ପୋଖରୀ ଓ ଫିକଲ୍ ସ୍ଲଡଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିବା ସହ ପ୍ରକଳ୍ପ ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ହେଉଛି ନା ନାହିଁ ତଦାରଖ କରିଥିଲେ ଜିଲ୍ଲାପାଳ। ଏହି ଅବସରରେ ଆବଶ୍ୟକ ଥିବା ସମସ୍ତ ପ୍ରକଳ୍ପ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପୌରପାଳିକା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
