ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି : ପ୍ର :- ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା । ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ-ଶିଷ୍ୟ ଯୋଡ଼ି ଶ୍ରୀ ସମ୍ରାଟ ଦତ ଏବଂ ଶ୍ରୀ ସାନ୍ତନୁ ରାୟଙ୍କ ଦ୍ୱାରା ଭାରତନାଟ୍ୟମ୍ ନୃତ୍ୟ ସହିତ ଶ୍ରୀମତୀ ଚିନ୍ମୟୀ ଦ୍ୱାରକନାଥ ଏବଂ ତାଙ୍କ ଲଳିତ କଳା ମନ୍ଦିର ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟପ୍ରଦର୍ଶିତ ହୋଇଥିଲା ରବିନ୍ଦ୍ର ମଣ୍ଡପର ପ୍ରେକ୍ଷାଳୟରେ ।

