କିଆପୋଖରୀ ମା’ ମଙ୍ଗଳା ଗଣେଶ ପୂଜା କମିଟର ଭିଷାଣୀ ଶେଷ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି :ପ୍ର :-  ଗଣେଶ ମେଢ଼ର ଦ୍ଵିତୀୟ ପର୍ଯ୍ୟାୟ ଭଷାଣୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କଟକ ସଦର ଥାନା ଅନ୍ତର୍ଗତ ନିଆଳି ନିର୍ବାଚନ ମଣ୍ଡଳୀର କୁରାଙ୍ଗପ୍ରଧାନ ପଞ୍ଚାୟତର କିଆ ପୋଖରୀ ବ୍ରାହ୍ମଣଝରିଲୋ ଗ୍ରାମର ମା’ ମଙ୍ଗଳା ଗଣେଶ ପୂଜା କମିଟି ପକ୍ଷରୁ ଭଷାଣୀ ଉତ୍ସବ ଧୁମଧାମରେ ପାଳନ କରାଯାଇଥିଲା ।

ଭଷାଣୀ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ ,ଚାଙ୍ଗୁ ବାଦ୍ୟ, ଘଣ୍ଟ ବାଦ୍ୟ,, ସମ୍ବଲପୁରୀ ବାଦ୍ୟ ସାଙ୍ଗକୁ ବାଘ ନୃତ୍ୟ, ଭାଲୁ ନୃତ୍ୟ ର ତାଳେତାଳେ ସମସ୍ତେ‌ ସମାଧି ହୋଇ କିଆ ପୋଖରୀ ଠାରୁ ଭଷାଣୀ ଶୋଭାଯାତ୍ରା ବାହାରି‌ ବ୍ରାହ୍ମଣ ଝରିଲୋ ବଜାର ଠାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା ।

ପୂଜା କମିଟିର ମୁଖ୍ୟ ‌ନିରୋଦ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଭଷାଣୀ ଉତ୍ସବରେ‌ ନିଆଳି ବିଧାୟକ ଛବି ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଉକ୍ତ ଭଷାଣୀ କାର୍ଯ୍ୟକ୍ରମରେ ନିଆଳି ବିଧାୟକଙ୍କ ବାରଙ୍ଗ ବ୍ଲକ ପ୍ରତିନିଧି ‌ ଧିରେନ୍ଦ୍ର କୁମାର ବାରିକ ଟୁକୁନା ଭାଇ , ସରକାରୀ ଓକିଲ କବି ନାରାୟଣ ଜେନା, ରାଜ କୁମାର ସ୍ଵାଇଁ,

ଜୟନ୍ତ କୁମାର ଜେନା, ଆଲୋକ ଗଜେନ୍ଦ୍ର, ପ୍ରଦୀପ୍ କୁମାର ସୁନ୍ଦରାୟ,, ବିଜୟ କୁମାର ରାୟ, ପ୍ରମୁଖ ଗବବସ୍ତ ମଣ୍ଡଳ ବିଜେପିର ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ଯୋଗ ଦେଇଥିଲେ । ଉକ୍ତ ଭଷାଣୀ ଶୋଭାଯାତ୍ରାରେ କିଆ ପୋଖରୀ ଗ୍ରାମର ସମସ୍ତ ଯୁବକ, ମହିଳା ପିଲାମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମା, ମଙ୍ଗଳା ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ ।

Exit mobile version