Home ଓଡ଼ିଶା ହେମେନ୍ଦ୍ର ସେନା, ନୟାଗଡ଼ର ରକ୍ତଦାନ ଶିବିର। ନୟାଗଡର ଅତିପ୍ରିୟ ସ୍ଵର୍ଗତ କୁମାର ସାହେବ ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ଶ୍ରାଦ୍ଧବାର୍ଷିକୀ ତଥା ଗୁରୁଦିବସ ଅବସରରେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ସକାଳ ୯ ଘଟିକା ସମୟରେ ସଂଗଠନର ସଭାପତି ସୌମ୍ୟ ରଂଜନ ପ୍ରଧାନ, ଆବାହକ ପ୍ରହଲ୍ଲାଦ ବରାଡ, ସହ ଆବାହକ ଦେବୀ ପ୍ରସାଦ ସାହୁ , ମୁଖ୍ୟ ସଂଯୋଜକ ରଞ୍ଜନ ରଶ୍ମି ଜେନା ,ଅନ୍ୟାନ୍ୟ ବିଭାଗ ସଂଯୋଜକ ଏବଂ ସହ ସଂଯୋଜକ ସମେତ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ନୟାଗଡର ଗର୍ବ ତଥା ଓଡିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ନୟାଗଡ ଜନମାନସର ଅତିପ୍ରିୟ ରାଣୀ ମା ପ୍ରତ୍ୟୁଷା ରାଜେଶ୍ଵରୀ ସିଂ, ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ଵାଇଁ, ରାଜକୁମାରୀ ଦକ୍ଷ୍ୟ!ଣୀ ସିଂଙ୍କ ଦ୍ଵାରା ରକ୍ତଦାନ ଶିବିର ପୁରୁଣା ରାଜବାଟୀ, ନୟାଗଡ଼ଠାରେ ଉଦଘାଟିତ ହୋଇଯାଇଛି। ତତସହ ସ୍ଵର୍ଗତ ହେମେନ୍ଦ୍ର ସିଂଙ୍କ ସ୍ମୃତିଚରଣ ସଭାରେ ମାନ୍ୟବର ବାଚସ୍ପତି ସମେତ ସ୍ଵର୍ଗତ ସିଂଙ୍କୁ ଭଲପାଉଥିବା ବହୁତ ବ୍ୟକ୍ତି ବିଶେଷ ହେମେନ୍ଦ୍ର ସିଂଙ୍କ ବ୍ୟକ୍ତିତ୍ଵ ତଥା ନୟାଗଡ ପ୍ରତି ତାଙ୍କର ଭଲ ପାଇବା ଓ ତାଙ୍କ ସ୍ଵପ୍ନର ନୟାଗଡ ଆଦି ସ୍ମୃତି ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ନାୟକ, ଦିଲ୍ଲୀପ ପ୍ରଧାନ, ବିଜୟ ପ୍ରଧାନ, ମଧୁ ମାଝି, ରାଜକିଶୋର ପ୍ରଧାନ, ବାପି ପଲେଇ, ରଜନୀକାନ୍ତ ନନ୍ଦ, ସୁଶାନ୍ତ କୁମାର ବେହେରା,ବଳଭଦ୍ର ପାତ୍ର, ବିଷ୍ଣୁ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହା ପରେ ସଙ୍ଗଠନର ଷଷ୍ଠ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କ ଘୋଷଣା ରହିଥିବା ବେଳେ ଏ ପର୍ଯ୍ୟନ୍ତ ନୟାଗଡରେ ଏହା ସଫଳ ହୋଇପାରି ନାହିଁ, ତେଣୁ ନୟାଗଡ଼ର ପ୍ରମୁଖ ଦାବି ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଉପରେ ଆଲୋଚନା କରାଯିବା ସହ ଏହା ଉପରେ ବହୁଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ମୂଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଦେଖା ହୋଇ ନିଆଯିବା ନିମନ୍ତେ ସ୍ଥିର କରାଗଲା। ଏହି ରକ୍ତଦାନ ଶିବିରରେ ସର୍ବମୋଟ – ୟୁନିଟ ରକ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିର ପରେ ସମସ୍ତ ରକ୍ତଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଯାଇଥିବା ରକ୍ତର ସଂକଟକୁ ଏଡ଼ାଇବା ନିମନ୍ତେ ସମସ୍ତ ନୟାଗଡ଼ିଆଙ୍କୁ ସଂଗଠନ ତରଫରୁ ପ୍ରେସ ବିଜ୍ଞପ୍ତି ଏବଂ ସାମାଜିକ ଗଣମାଧ୍ୟମରେ ଅନୁରୋଧ କରାଯାଇଛି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୂଆଦିଲ୍ଲୀରେ ତୃତୀୟ ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜିତ by Proprietor Abhimanyu Maharana September 28, 2026 New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026