ଚାଲ ସୁରକ୍ଷା ଲାଗି କଥା ହେବା

ନୟାଗଡ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :-  ଅନୁସୂଚିତ ଜାତି ଓ ଅନୂସୁଚିତ ଜାତି ଉନ୍ନୟନ ପଛୁଆ ବର୍ଗ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ହଷ୍ଟେଲର ସୁପରିଚାଳନା ସହ ଅନ୍ତେବାସୀ ଓ ଅନ୍ତବାସିିନୀଙ୍କ ସୁରକ୍ଷା ଓ ଶିକ୍ଷା ଲାଗି ପ୍ରଧାନ ଶିକ୍ଷକ ତଥା ହଷ୍ଟେଲ ପରିଚାଳକଙ୍କ ନୟାଗଡ଼ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ କର୍ମଶାଳା “ ଚାଲ ସୁରକ୍ଷା ଲାଗି କଥା ହେବା “ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଡେପୁଟି କଲେକ୍ଟର ତପସ୍ଵିନୀ ହାଁସଦା ଶୁଭାରମ୍ଭ କରିଥିଲେ l

ନୟାଗଡ ଜିଲ୍ଲାର ସମସ୍ତ ବ୍ଲକର ମଂଗଳ ସଂପ୍ରସାରଣ ଅଧିକାରୀ ,୩୯ ଗୋଟି ହଷ୍ଟେଲର ପ୍ରଧାନ ଶିକ୍ଷକ ତଥା ପରିଚାଳକମାନେ ଯୋଗ ଦେଇଥିଲେ l ଶ୍ରୀ ଦୁଷ୍ମନ୍ତ ପୃଷ୍ଟି .ଅତିରିକ୍ତ ଜିଲ୍ଲା ମଂଙ୍ଗଳ ଅଧିକାରୀ ସଦର ଏବଂ ମହମ୍ମଦ ଅର୍ସଦ ଅନସାରୀ, ଜିଲ୍ଲା ଶିଶୁ ଅଧିକାରୀ, ନୟାଗଡ଼ . ଅମିୟବାଳା ପଟ୍ଟନାୟକ ଫ୍ରିଲନ୍ସର ଭୁବନେଶ୍ଵର, ,ଭିମସେନ ମହାରଣା ପ୍ରଶିକ୍ଷକ ଉପସ୍ଥିତ ରହି କର୍ମଶାଳାକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଚିତରଞ୍ଜନ ବେହେରା ଜିଲ୍ଲା ମଙ୍ଗଳ ଅଧିକାରୀ ପରିଚାଳନା କରିଥିଲେ l

Exit mobile version