ନୟାଗଡ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- TPCODL ର ବିଶିଷ୍ଟ ଓ କର୍ତ୍ତବ୍ୟନିଷ୍ଟ, ଶାନ୍ତ, ସରଳ, ପରୋପକାରୀ ମୂଖ୍ୟ ଅପରେଟିଭ ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ସିଂ ମହୋଦୟଙ୍କ ଚାକିରିରୁ ଅବସର ଗ୍ରହଣ କରିବା ଅବସରରେ ନୟାଗଡ ଜିଲ୍ଲା ବିଦ୍ୟୁତ୍ ଦେୟ ସଂଗ୍ରହ କରୁଥିବା ମହିଳା ସ୍ଵଂୟ ସହାୟିକା ଗୋଷ୍ଠୀ ସଂଘ ଙ୍କ ଅୟୋଜନ କ୍ରମେ ନୟାଗଡ ସ୍ଥିତ DRDA ସମ୍ମିଳନୀ କକ୍ଷରେ ବିଦାୟକାଳୀନ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, SDO ପ୍ରତ୍ୟୁଷ ରଞ୍ଜନ ସାହୁ, SDO ତନ୍ମୟୀ ପୃଷ୍ଟି, SDO ମୋତି ଲାଲ ମହାନ୍ତ, ଏବଂ SDO ଅନିଲ କୁମାର ସାହୁ ଇତ୍ୟାଦି ଏ ଉତ୍ସବରେ ବରେଣ୍ୟ ଅତିଥି ଭାବେ ଯୋଗ ଦାନ କରି ଶ୍ରୀଯୁକ୍ତ ସିଂ ମହୋଦୟଙ୍କ ସାମାଜିକ ପ୍ରତିବଦ୍ଧତା, ଦାୟିତ୍ୱ, ଶୃଙ୍ଖଳା ଓ ଟିମ୍ ପରିଚାଳନା ତଥା ସେବା ଓ ତ୍ୟାଗ କୁ ଉଚ୍ଚ ପ୍ରଶଂସା କରିବା ସହିତ ତାଙ୍କର ଦୀର୍ଘାୟୁ କାମନା କରିଥଲେ।
