ଏକଲବ୍ୟ ପାଠଶାଳା ପକ୍ଷରୁ ଗୁରୁପୂଜନ ଉତ୍ସବ

ପୁରୀ  (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :-  ଏକଲବ୍ୟ ପାଠଶାଳା ପକ୍ଷରୁ ଗୁରୁଦିବସ ଅବସରେ ଗୁରୁପୂଜନ ଉତ୍ସବ ଭାରତ ଯୋଗ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ହରିଶଙ୍କର ମିଶ୍ର ,ଅନ୍ୟତମ ଅତିଥି ଭାବରେ ସୂର୍ଯ୍ୟ ନାରାୟଣ ରଥ,ପ୍ରାକ୍ତନ ପୌର ସଦସ୍ୟା ସରସ୍ଵତୀ ପାତ୍ର,

ଭୁବନେଶ୍ୱର ଇମ୍ଫୋସିଶର ସିନିଆର ଟେକ୍ନିକାଲ ମ୍ୟାନେଜର ସତ୍ୟ ନାରାୟଣକର କର ପ୍ରମୁଖ ଯୋଗଦେଇ ବର୍ତମାନ ସମୟରେ ଶିକ୍ଷକ ମାନେ କେବଳ ଶିକ୍ଷା ନୁହଁ ପିଲାମାନଙ୍କ ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ ।

ପ୍ରାରମ୍ଭରେ ପାଠ ଶାଳା ଛାତ୍ର ଛାତ୍ରୀ ମାନେ ଗୁରୁ ବନ୍ଦନା ସହିତ ଗୁରୁ ପୂଜନ କରି ଥିଲେ । ସୁକାନ୍ତ କୁମାର ପଣ୍ଡା ଓ ଉମେଶ ଚନ୍ଦ୍ର ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ବେଲ୍ ୟୁଥ୍ କ୍ଲବ୍ ଓ ଓମେନସନ କ୍ଲବ୍ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version