ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜାତୀୟ ଗୁରୁ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ କୃତି ଶିକ୍ଷକ, ଶିକ୍ଷୟତ୍ରଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ତରଫରୁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷକ ମାନଙ୍କୁ ସମ୍ମାନ ପ୍ରଦାନ କରିଥିଲେ।
ବାଲିପାଟଣା ଶିକ୍ଷା ମଣ୍ଡଳର ମକୁନ୍ଦଦାସପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ, ବନମାଳୀପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ମୋନାଲିସା ସାମଲ,ଚନ୍ଦ୍ରମଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ବାସନ୍ତୀ ଓଝା ଖୋର୍ଦ୍ଧା ଠାରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଛନ୍ତି।
