Home ଓଡ଼ିଶା ସାହିତ୍ୟ ପତ୍ରିକା “କାୟାକଳ୍ପ” ପକ୍ଷରୁ ବିଜ୍ଞାନ ଜନିତ କାର୍ଯ୍ୟକ୍ରମ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକର ପ୍ରତାପନଗରୀ ସ୍ଥିତ ଧାକୁଲେଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ପତ୍ରିକା “କାୟାକଳ୍ପ ” ପକ୍ଷରୁ ଶ୍ରୀଯୁକ୍ତ ତ୍ରିଲୋଚନ ଦାଶଙ୍କ ପରିଚାଳନାରେ ବିଜ୍ଞାନ ଜନିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ତ୍ରିଲୋଚନ ରାୟ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅଧ୍ୟାତ୍ମ ସାଧକ,ବିଭୁବୈଭବର ସମ୍ପାଦକ ଲୋକଶିକ୍ଷକ ଡକ୍ଟର ଲକ୍ଷ୍ମୀପ୍ରସାଦ ଆଚାର୍ଯ୍ୟ ଯୋଗଦେଇ ପିଲାମାନଙ୍କୁ ଶୈକ୍ଷିକ ପରାମର୍ଶ ଦେଇଥିଲେ । ଲରୋହିତ ରାଉତ, ରୂପାଲି ପ୍ରଧାନ, ଆଦିଶ୍ରୀ ପରିଡ଼ା, ସୁଚିଶ୍ମିତା ରାଉତ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ସମେତ ସମସ୍ତ ପ୍ରତିଯୋଗୀଙ୍କୁ ଶିକ୍ଷାବିତ୍ ଗିରୀଶ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରମାଣ ପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ମହାରଣାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲାବେଳେ ଏଥିରେ ଶିକ୍ଷୟିତ୍ରୀ ଅଭିଳାଷା ତ୍ରିପାଠୀ ସ୍କୋରର ଭାବରେ ଓ ଶିକ୍ଷୟିତ୍ରୀ ଶୁଭସ୍ମିତା ସାହୁ ଧନ୍ୟବାଦ ଦେବା ସହିତ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content Advanced planning and a dedicated workforce have enabled TPCODL to ensure seamless power supply during the 2026 Rath Yatra by Proprietor Abhimanyu Maharana July 28, 2026 ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍ by Proprietor Abhimanyu Maharana July 28, 2026 ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ by Proprietor Abhimanyu Maharana July 28, 2026 Srusti Academy of Management and Technology Becomes an AI-Enabled Campus by Proprietor Abhimanyu Maharana July 28, 2026 ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026