ମଦନ ମୋହନ ପୀଠରେ ମହା ମୃତ୍ୟୁଞ୍ଜୟ ମହା ଯଜ୍ଞ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :-  ଶ୍ରୀଶ୍ରୀ ଜଗତ୍ଗୁରୁ ରାମାନନ୍ଦାଚାର୍ଯ୍ୟ ଉତ୍କଳ ପୀଠଧୀଶ୍ୱର ଶ୍ରୀ ସ୍ୱାମୀ ଅରୂପାନନ୍ଦଜି ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱl ବଧାନରେ ଗୁରୁବାର ଶ୍ରୀ ମୂର୍ତ୍ତିକା ଶଙ୍କର ମହାମୃତୁଞ୍ଜୟ, ନବାହ୍ନ ପାରାୟଣ ଓ ଏକ ଲକ୍ଷ୍ୟ ବିଲ୍ଵ ପତ୍ର ଚୟନ କାର୍ଯ୍ୟକ୍ରମ ବିରିଡି ବ୍ଲକ ମଦନ ମୋହନ ପୀଠରେ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି l

ବିଶ୍ୱରେ ଶାନ୍ତି, ମୟିତ୍ରୀ ସ୍ଥାପନ ଉଦେଶ୍ୟରେ ଏହି ଯଜ୍ଞ କରାଯାଉଛି  l ଗୁରୁବାର ମଣ୍ଡପାଧୀବାସ କୁଣ୍ଡ ମଣ୍ଡଳ କରଣ, ମୂର୍ତ୍ତିକା ଉଦ୍ଧାର, ଅଙ୍କୁରା ରୋପଣ, ଶୁକ୍ରବାର 108 କଳସ ଯାତ୍ରା, ଗୋପୁଜା ସୂର୍ଯ୍ୟପୂଜା, ମୂର୍ତ୍ତିକା ଶଙ୍କର ପ୍ରାଣ ପ୍ରତିଷ୍ଠା, ଅଭିଷେକ,

ବିଲ୍ଵପତ୍ର ଚୟନ, ଶୈବାଗ୍ନୀସ୍ଥାପନ, ଜପଯଜ୍ଞ, ପୁରଶ୍ଚରଣ ଓ ସନ୍ଧ୍ୟା ଆଳତୀ କରାଯାଇଥିଲା l ଏଥିରେ ବିଭିନ୍ନ ଆଡୁ ସାଧୁ ସନ୍ଥ ଯୋଗଦାନ କରିଛନ୍ତି l ଆସନ୍ତା 14 ତାରିଖ ରବିବାର ପୂରର୍ଣ୍ଣାହୁତି ପ୍ରଦାନ କରାଯିବବୋଲି ପୀଠ ପକ୍ଷରୁ ଜଣା ପଡିଛି l

Exit mobile version