ଗୁରୁପୂଜନ ମହୋତ୍ସବ ଅନୁଷ୍ଠିତ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ନୂଆଗାଁ ବ୍ଲକ ଅନ୍ତର୍ଗତ ମହିପୁର ପଞ୍ଚାୟତର ନନ୍ଦିଘୋଷପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ଇନରହିଲ କ୍ଲବ ତରଫରୁ ଗୁରୁପୂଜନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଲାଭ କରିଥିବା ବ୍ୟକ୍ତିମାନଙ୍କୁ ଯଥା ଯୋଗର ପ୍ରଚାର ପ୍ରସାର ପାଇଁ ଯୋଗଗୁରୁ ପରମାନନ୍ଦ ପରିଡ଼ା,

କବିତା ନାଟ୍ୟ ନିର୍ଦ୍ଦେଶକ ହୃଷିକେଶ ପ୍ରଧାନ, ବିଶିଷ୍ଟ ଜଗନ୍ନାଥ ଭକ୍ତ ବ୍ରଜବନ୍ଧୁ ବେହେରା, ସମାଜସେବୀ ଜଗନ୍ନାଥ ବେହେରା, କବି ତଥା ପରିଚାଳକ ଶ୍ରୀଧର ବେହେରା, କବି ଦୁର୍ଯ୍ୟୋଧନ ସାହୁ, କବି ଲକ୍ଷ୍ମୀଧର ବେହେରା, ତୁଷାର କାନ୍ତ ସତପଥି, ସାମ୍ବାଦିକ ରାମାନୁଜ ପରିଡ଼ାଙ୍କୁ ଉପଢୌକନ, ମାନପତ୍ର ଓ ଶ୍ରୀମଦ୍ ଭଗବତ୍ ଗୀତା ଦେଇ ସମ୍ମାନୀତ କରାଯାଇଥିଲା ।

ନୟାଗଡ଼ ଇନରହିଲ୍ କ୍ଲବର ସଭାପତି ସ୍ନିଗ୍ରା ପଟ୍ଟନାୟକ, ସଂପାଦକ ରଶ୍ମିତା ଚୌଧୁରୀ, ସୌଦାମିନୀ ସ୍ଵାଇଁ, ପ୍ରଜ୍ଞା ପଟ୍ଟନାୟକ, ତପସ୍ଵୀନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ମାନୀତ କରିଥିଲେ । ସ୍କୁଲର ଛୋଟଛୋଟ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଶଣ କରିଥିଲେ ।

Exit mobile version