ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ୨୭ ଜଣ ଯୁବକ ଯୁବତୀଙ୍କୁ Logistics Goods Packaging Machine Operator ଟ୍ରେଡରେ ସମ୍ପୂର୍ଣ୍ଣ ମାଗଣା ଆବାସିକ ତାଲିମ୍ ଯୋଗାଇ ଦିଆ ଯାଇଥିଲା ।

