ଜିଲ୍ଳାପାଳଙ୍କ କାର୍ଯ୍ୟଳୟ ରେ “ମାଁ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ବିଧାୟକ

ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ସବୁଜ ମାଲକାନଗିରି ଗଠନ ପାଇଁ ଭାରତ ସରକାରଙ୍କ ଯେଉଁ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଞ୍ଚେଇବା ପାଇଁ ରଥ ଆଜି ଠାରୁ ଗଢ଼ିବ। ଏନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଭାରତର ଯଶଶ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ମାଡ଼କାମି । ତେଣୁ ଆସନ୍ତା ୧୦ ତାରିଖ ସୁଧା ଜିଲ୍ଲାର ମୋଟ ୧୧୧ ଟି ପଞ୍ଚାୟତର ସମସ୍ତ କୋଣ ଅନୁକୋଣରେ ଥିବା ଗାଁ ତଥା ବିଏସଏଫ କ୍ୟାମ୍ପ, ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବୃକ୍ଷ ପହଞ୍ଚାଇବ ଜିଲ୍ଲା ପ୍ରଶାସନ।

ମୋଟ ୨ଲକ୍ଷରୁ ଉର୍ଦ୍ଧ୍ବ ବୃକ୍ଷ ଆସନ୍ତା ୧୭ ତାରିଖ ଅର୍ଥାତ ମୋଦିଜିଙ୍କ ଜନ୍ମ ଦିନରେ ଗୋଟିଏ ଦିନରେ ଲଗାଇବାକୁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ମାଲକାନଗିରି ଡିଏଫଓ ଡିଏନ କିରଣ କୁମାର। ଆଜିର ଏହି ରଥର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁଶ୍ରୀ ଅଶ୍ବନୀ ଏ.ଲ, ଏସ୍ ପି ମାଲକାନଗିରି ବିନୋଦ ପାଟିଲ ଇଚ ,ଏସିଏଫ ଙ୍କ ସମେତ ମାଲକାନଗିରି ବନ ବିଭାଗର ସମସ୍ତ ଅଧିକାରୀ ମାନଙ୍କ ସମେତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Exit mobile version