Home ଓଡ଼ିଶା ଦଧିଚିର ୨୧ ତମ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଲେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗଡିଆ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ସୁନ୍ଦରଗ୍ରାମ ସ୍ଥିତ ଦଧିଚି ସମୂହ ଶିକ୍ଷା ଅନୁଷ୍ଠାର ୨୧ ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ପ୍ରବୀଣ ତୋଗଡିଆ. ଯୋଗ ଦେଇ ସେ କହିଛନ୍ତି ଯେ ଶିକ୍ଷା ହେଉଛି ଦେଶର ଆର୍ଥିକ ବିକାଶର ମୂଳଦୁଆ.. ସମସ୍ତଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର ମିଳିପାରିଲେ ହିଁ ଦେଶ ସମୃଦ୍ଧ ହୁଏ ବୋଲି କହିଥିଲେ ତୋଗଡିଆ l ଦେଶ ଗଠନ ଓ ବିକାଶ ହିଁ ପ୍ରକୃତ ହିନ୍ଦୁତ୍ୱ ବୋଲି କହିଲେ ପ୍ରବୀଣ..ଏହି ଅବସର ଶିକ୍ଷାନୁଷ୍ଠାନ ଅଧକ୍ଷ ଡଃ ମନୋଜ ଦାଶ ଶିକ୍ଷାନୁଷ୍ଠାନ ର ୨୧ ତମ ବର୍ଷର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ.. ଏଥିରେ ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦର ବରିଷ୍ଠ କର୍ମକର୍ତ୍ତା ବଦ୍ରି ମହାପାତ୍ର , ଦଧିଚି ସମୁହ ଶିକ୍ଷା ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା କୃତୀ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ଅଧକ୍ଷ ଡଃ ମନୋଜ କୁମାର ଦାଶଙ୍କର ଜନ୍ମ ଉତ୍ସବ ମଧ୍ଯ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିବାବେଳେ ଏହି ଉତ୍ସବ ପରିଚାଳନାରେ ଦଧିଚି ଗ୍ରୁପ ସମୁହ ଶିକ୍ଷା ଅନୁଷ୍ଠାନର ସମସ୍ତ କର୍ମଚାରି ସହଯୋଗ କରିଥିଲେ ।.ଏହି ପ୍ରତିଷ୍ଠା ଦିବସ ସମାରୋହରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏବଂ ସମ୍ମାନୀୟ ବ୍ୟକ୍ତିମାନେ ଯୋଗଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026