ଅନୁଗୋଳ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଦୀର୍ଘ ୭୦ ବର୍ଷର ପୁରାତନ ଫୁଟୱେୟାର ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରାଣ୍ଡ ଭାବେ ପରିଚିତ ଶ୍ରୀଲେଦର୍ସ, ଅନୁଗୋଳସ୍ଥିତ ହେମସୁରପଡ଼ା ଠାରେ ଖୋଲିଛି ନୂତନ ଶୋ’ରୁମ । ଏଠାରେ ଓଡ଼ିଶାର ଗ୍ରାହକଙ୍କ ପାଇଁ ରହିଛି ଉତ୍ତମ ମାନର, ଆରାମଦାୟକ ତଥା ଷ୍ଟାଇଲିସ୍ ସାମଗ୍ରୀ । ଏହି ନୂତନ ଶୋ’ରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍, ଟ୍ରାଭେଲ ବ୍ୟାଗ୍, ସ୍ପୋର୍ଟ ଜୋତା, ଆକ୍ଟିଭ୍ ୱେର୍ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।
ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ଯୋଗାଇଦେବା ପାଇଁ ୧୯୫୨ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ, ‘ଶ୍ରୀଲେଦର୍ସ’ ବ୍ୟବସାୟ ଆରମ୍ଭ କରିଥିଲେ । ୭୦ ବର୍ଷ ପୁରାତନ ଏହି ବ୍ରାଣ୍ଡ ଜୋତା ବଜାରରେ ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଅଂଶୀଦାର ଶ୍ରୀ ଶେଖର ଦେ କହିଛନ୍ତି ଯେ,
