Home ଓଡ଼ିଶା ଜାପାନ ସରକାରଙ୍କ ପ୍ରତିନିଧିମଣ୍ଡଳୀ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ମିଳିତ ବୈଠକ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଜାପାନର ପ୍ରଧାନମନ୍ତ୍ରୀ ସିଗେରୁ ଇ ସିବାଙ୍କ ନିର୍ବାଚନ ମଣ୍ଡଳୀ ତୋତରି (ରାଜ୍ୟ) ରୁ ଆସିଥିବା ଏକ ସରକାରୀ ପ୍ରତିନିଧିଦଳ ପୁରୀ ଗସ୍ତରେ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ ରିସରର ଓସୱନ ହଲରେ ଅତିରିକ୍ତ ଜିଲ୍ଲାପାଳ ( ପ୍ରଶାସନ) ଶରତ କୁମାର ବେହେରାଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପୁରୀରେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲ୍ଲା ପଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଇଣ୍ଡିଆ – ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର ସଭାପତି ଶ୍ରୀମନ୍ତ କୁମାର ଦାଶ , ପୁରୀକୁ ଆସିଥିବା ପ୍ରତିନିଧି ଦଳ ସିଞ୍ଜି ନାଗାତା, ରିୟୋସୁକି ୟମାଗୁଚି , କୋଇଚି ନାକାସିମା, ସେଇକୋ କାମ୍ବା, କେନିଚି ତାମୁରା, ଷ୍ଟଆଟ କୋନିରାଲି ଓ ଜପାନରୁ ଭିଡିଓ କନ୍ ଫରେନ୍ସ ଜରିଆରରେ ପୁରୀ ସିଟି ବ୍ରାଣ୍ଡ ଆମ୍ବାସେଡର ତଥା ଇଣ୍ଡିଆ ବିଜନେସ ଆଡଭାଇଜର ତୋତରି ଜପାନ ସରକାର କୁନା ଦାଶ ଓ ଅନ୍ୟ ଅଧିକାରୀମାନେ ସାମିଲ ହୋଇ ଥିଲେ। ଉକ୍ତ ବୈଠକରେ ପୁରୀ ସହରର ରାସ୍ତା, ପରିମଳ, ସ୍ବଚ୍ଛତା, ଶିକ୍ଷା, ସ୍ବାସ୍ଥ୍ୟ, ପଯ୍ୟଟ ନ, ବାଣିଜ୍ୟ ଓ କୁଶଳୀ ଓ ଅଣକୁଶଳୀ ମାନେ କିଭଳି ଜାପାନ ପାଇ ସ୍ୱାମ୍ବଲମ୍ବୀ ହୋଇପାରିବେ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଅନ୍ୟ ପକ୍ଷରେ ଟିମ୍ ବେଳାଭୁମି ସମେତ ସହର ର ଭିତ୍ତିଭୂମିକୁ ଅନୁଧ୍ୟାନ କରିଥିଲେ । ସେହିଭଳି ଚନ୍ଦ୍ରଶେଖର ଏକାଡେମୀକୁ ଯାଇ ବୁଲି ଦେଖିଥିଲେ। ଏକାଡେମୀରେ ନସରୀ ଠାରୁ +୨ ପଯ୍ୟନ୍ତ ଜାପାନ ଭାଷା ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ସହ ଭାଷାର ଆଦାନପ୍ରଦାନ କରିଥିଲେ। ଏହି ଏକାଡେ ମୀରୁ ଜାପାନ ଭାଷା ପଢ଼ି ପ୍ରତିବର୍ଷ କିଛି ଛାତ୍ର ଜାପାନରେ କର୍ମନିଯୁକ୍ତ ହୋଇଥିବା ଜାଣି ବହୁତ ଖୁସି ବ୍ୟକ୍ତ କରିଥିଲେ। ପରି ଶେଷରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ମୂଜୀୟମ ବୁଲି ଦେଖି ବିମୋହିତ ହୋଇଥିଲେ। ଏହି ଅବସରରେ ଇଣ୍ଡିଆ ଜାପାନ ଫ୍ରେଣ୍ଡ୍ ଶିପ ସେଣ୍ଟର ସଭାପତି ଶ୍ରୀ ଦାଶ କୁହନ୍ତି, ଭାରତର ପ୍ରଧାନ ମନ୍ତ୍ରୀଙ୍କ ମେକେ ଇନ୍ ଇଣ୍ଡିଆ ମିଶନକୁ ସଫଳ କରିବା ଲାଗି ପୁରୀ ସହରର ଭିତ୍ତିଭୂମିକୁ ସୁଦୃଢ କରିବା ସହ ଯୁବକଯୁବତୀ ମାନଙ୍କୁ ଅଧିକରୁ ଅଧିକ ନିଯୁକ୍ତି ହୋଇପାରିବେ ଓ ଜାପାନ ର ଟେକୋନିଲୋଜି ଆଣି କିଭଳି ପୁରୀରେ କାର୍ଯ୍ୟକ୍ଷମ ହୋଇପାରିବ ତାହା ଆମର ମୂଳଲକ୍ଷ୍ୟ ରହିଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ by Proprietor Abhimanyu Maharana August 3, 2026 ନୟାଗଡ଼ ଜିଲ୍ଲାର ସାହିତ୍ୟିକ ପରିଚୟ ପୁସ୍ତକ ଲୋକାର୍ପିତ by Proprietor Abhimanyu Maharana August 3, 2026 ପୁରୀ ଜିଲ୍ଲା ରେ ୧୪ ଟି ପଞ୍ଚାୟତ ର ୧୯ ଟି ଗ୍ରାମ ବନ୍ୟା ପ୍ରଭାବିତ by Proprietor Abhimanyu Maharana August 3, 2026 ଜ୍ଞାନ ବିଜ୍ଞାନ ମେଳା by Proprietor Abhimanyu Maharana August 3, 2026 ଦେବୀ ନଦୀର କଣ୍ଟିସାଳ ଠାରେ ବନ୍ଧରୁ ଖସୁଛି ଅତଡ଼ା : ଭୟବିତ ଗ୍ରାମବାସୀ by Proprietor Abhimanyu Maharana August 3, 2026 TANISHQ INTRODUCES DIAMOND EXPERTISE CENTRE ACROSS THREE STORES IN ODISHA, REDEFINING TRANSPARENCY IN DIAMOND BUYING by Proprietor Abhimanyu Maharana August 3, 2026