ମନ୍ତ୍ରୀ ଙ୍କ ଦ୍ଵାରା ଏନ୍ ଏ ସି ରେ ନୂତନ ଭତ୍ତା,ରାସନ କାର୍ଡ ଓ ଆବାସ କାର୍ଯ୍ୟାଦେଶ ବଣ୍ଟନ

ବାଲୁଗାଁ କଲ୍ୟାଣ ମଣ୍ଡପ ପରିସରରେ ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ

ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଓ୍ଵାର୍ଡ ମାନଙ୍କ ର ନୂତନ ହିତାଧିକାରୀ ମାନଙ୍କୁ ରାସନ କାର୍ଡ, ବାର୍ଦ୍ଧକ୍ୟ -ଵିଧବା-ଭିନ୍ନଖ୍ସମ ଭତ୍ତା ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଆୟୋଜିତ ଏକ ଭବ୍ୟ ସମାବେଶରେ ରାଜ୍ୟ ଆଇନ୍ ଓ ଅବକାରୀ ମନ୍ତ୍ରୀ ପ୍ରୃଥ୍ଵୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ହାତରେ ହିତାଧିକାରୀ ମାନଙ୍କୁ ବଣ୍ଟନ କରିଥିଲେ।

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ସମସ୍ତ କାଉନସିଲର୍ ଵ୍ରୃନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଭିଭାଷଣ ମାଧ୍ୟମରେ ୬୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କ ର ବାର୍ଦ୍ଧକ୍ୟ ଭତ୍ତା ମାସିକ ୩ହଜାର ଟଙ୍କା କୁ ବୃଦ୍ଧି କରାଯିବା, ଚିଲିକା ର ଉନ୍ନୟନ ପାଇଁ ୫୮କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇ କାର୍ଯ୍ୟକାରୀ କରାଯିବା ଫଳରେ ସ୍ଥାନୀୟ ଅଧିବାସୀ ଆର୍ଥିକ ସ୍ୱଚ୍ଛଳ ହୋଇପାରିବେ, ନିଯୁକ୍ତି ଓ ବ୍ୟବସାୟ ର ସମ୍ରୃଦ୍ଧି ହୋଇପାରିବ ବୋଲି କହିଥିଲେ।

ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଉପାଧ୍ୟକ୍ଷ ଭଗବାନ ପ୍ରଧାନ ସମସ୍ତ ଓ୍ଵାର୍ଡ ମାନଙ୍କ ର ବିକାଶ ସମ୍ପର୍କରେ ଏକ ସ୍ଥୂଳ ଚିତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଭତ୍ତା ବଣ୍ଟନ, ରାସନ କାର୍ଡ ଵଣ୍ଟନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା ।  ୧୪୦ଟି ରେସନକାର୍ଡ,୫ଟି ସାମାଜିକ ସୁରକ୍ଷା ଭତ୍ତା ଏବଂ ୫୫ଟି ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।

ତତ୍ ସହିତ ଗତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଭିନ୍ନ ସାହିତ୍ୟିକ ଓ ସାଂସ୍କୃତିକ ପ୍ରତି ଯୋଗିତାର କ୍ରୃତୀ ପ୍ରତି ଯୋଗୀ ମାନଙ୍କୁ ଏଵଂ ଦକ୍ଷ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ମା ଭଗବତୀ କଳା ନିକେତନ, ବାଲୁଗାଁ ର ଶିଶୁ କଳାକାର ମାନେ ସାଂସ୍କୃତିକ ଵିଚିତ୍ରା ପରିବେଷଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ କାର୍ଯ୍ୟାଳୟ ର ବରିଷ୍ଠ କର୍ମଚାରୀ କ୍ରୃଷ୍ଣ ମୋହନ ବଳିୟାର ସିଂହ ଓ ଉଷାରାଣୀ ମିଶ୍ର ସନ୍ ଯୋଜନା କରିଥିଲେ ‌ପରିଶେଷରେ ଉପ ନଗରପାଳ ଧନ୍ୟବାଦ ପ୍ରଦାନ କରିଥିଲେ ।

Exit mobile version