ବହୁବର୍ଷ ଝଗଡ଼ାର ଅନ୍ତ ମିଶିଲେ ହିନ୍ଦୁ ଖ୍ରୀଷ୍ଟିୟାନ

ଆର,ଉଦୟଗିରି  (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲା ରେ ଦିର୍ଘ ବର୍ଷ ଧରି ହିନ୍ଦୁ ଓ ଖ୍ରୀଷ୍ଟିୟାନ ମଧ୍ୟରେ ଜମି ବାଡି ବିବାଦ କୁ ନେଇ କଳି ଝଗଡା ହଣା କଟା ହୋଇ କଥା କୋର୍ଟ ରେ ଥିଲା କିନ୍ତୁ ତାହାର ପୂର୍ଣ୍ଣଛେଦ ଘଟିଲା ହିନ୍ଦୁ ଖ୍ରୀଷ୍ଟିୟାନ ମିଶି ଯାଇଛନ୍ତି l ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବାହାଡ଼ା ପଦା ଏବଂ ବିଜିପୁର୍ ଗାଁ ରେ, ଏହି ଦୁଇ ଗାଁ ରେ ଦିର୍ଘ ବର୍ଷ ଧରି ଝଗଡ଼ା ହୋଇ ଉଭୟ ଙ୍କ ନାମ ରେ କେଶ୍ କୋର୍ଟ ଚାଲିଛି, ଜିଲ୍ଲା ରେ ଶାନ୍ତି ପ୍ରତିଷ୍ଠା ପାଇଁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଏବଂ ଉତ୍କଳ ପାଣ ଖ୍ରୀଷ୍ଟିୟାନ ସାମାଜ କର୍ମକର୍ତ୍ତା ଙ୍କ ମିଳିତ ଉଦ୍ୟମ ରେ ଉଭୟ ଗାଁ ରେ ଶାନ୍ତି ପ୍ରତିଷ୍ଠା ଫେରି ପାଇଚି l

କେସରୀ ନଗର୍ ମାଣିକପୁର୍ ହନୁମାନ ମନ୍ଦିର ରେ ଉଭୟ ଗୋଷ୍ଠୀ ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ବିଭିନ୍ନ ବିଷୟ ଆଲୋଚନା କରି ବାହାଡ଼ା ପଦା ହିନ୍ଦୁ ଗାଁ ଏବଂ ବିଜି ପୁର୍ ଖ୍ରୀଷ୍ଟିୟାନ ଗାଁ ରେ ଶାନ୍ତି ଫେରାଇ ଆଣିବା ରେ ସଫଳ ହୋଇଛନ୍ତି, ଆଗାମୀ ଦିନରେ ଉଭୟ ଗାଁ ଲୋକେ କୋର୍ଟ ରେ ସମାଧାନ କରି ଶାନ୍ତି ଶୃଙ୍ଖଳାର ସହିତ ଜୀବନ ଜାପନ କରିବା ପାଇଁ ଶପଥ ନେଇଛନ୍ତି l ଗଜପତି ଜିଲ୍ଲା ରେ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ମଧ୍ୟରେ କିପରି ଶାନ୍ତି ବଜାଏ ରହିବ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓ ଉତ୍କଳ ପାଣ ଖ୍ରୀଷ୍ଟିୟାନ୍ ସାମାଜ ଉଭୟ ଅଣ୍ଟା ଭିଡିଛନ୍ତି l

ଏହି ଅବସର ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାନ୍ତ ଶାରୀରିକ ଶିକ୍ଷଣ ପ୍ରମୂଖ ଅଶୋକ ରଣଜିତ୍, ଜିଲ୍ଲା ଧର୍ମ ଜାଗରଣ ପ୍ରମୂଖ ପ୍ରଶାନ୍ତ ସୁବୁଦ୍ଧି, ବିଭାଗ ଧର୍ମ ଜାଗରଣ ପ୍ରମୂଖ କୈଳାଶ ରଣଜିତ୍, ବୈଠକ ସଭାପତି ଆନନ୍ଦ ବଳୀଆର୍ ସିଂ, କୁନା ଦାଶ, ଉତ୍କଳ ପାଣ ଖ୍ରୀଷ୍ଟିୟାନ୍ ସାମାଜ ସଭାପତି ଅଭୟ ପରିଛା, ସମ୍ପାଦକ ଦେବାନନ୍ଦ ନାୟକ, ଉପଦେଷ୍ଟା ଫେଲିସ ନାୟକ, ଜୁଲିଆନ ନାୟକ, ଅଜିତ ନାୟକ ଙ୍କ ସହିତ ଉଭୟ ଗୋଷ୍ଠୀ ର ସତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ l

Exit mobile version