Home ଓଡ଼ିଶା ଗଜପତି : ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ପାରଳାରେ ଏକ ହାଇଟେକ୍ ମେଡିକାଲ ନିର୍ମାଣ କରିବା ପାଇଁ ଅନୁରୋଧ ଜଣାଇଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଗଜପତି ଜିଲ୍ଲାରେ ଲୋକଙ୍କୁ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏକ ହାଇଟେକ୍ ତଥା ଉନ୍ନତ ମାନର ଅତ୍ୟାଧୁନିକ ମେଡିକାଲ ନିର୍ମାଣ କରିବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ – ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା , ଶିଳ୍ପପତି ତଥା ହାଇଟେକ୍ ମେଡିକାଲ କଲେଜ ଅଧ୍ୟକ୍ଷ ଶିକ୍ଷାବିତ୍ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ସାକ୍ଷାତ କରି ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି । ପରେ ମନ୍ତ୍ରୀ ଶ୍ରୀ ଜେନା , ଭୁବନେଶ୍ବର ସ୍ଥିତ ହାଇଟେକ୍ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦେଖିବା ଓ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିବା ପାଇଁ ହାଇଟେକ୍ ମେଡିକାଲ କଲେଜକୁ ଯାଇଥିଲେ । ମେଡିକାଲ କଲେଜରେ ରୋଗୀ ମାନଙ୍କ ଉତ୍ତମ ଚିକିତ୍ସା ସେବା ବ୍ୟବସ୍ଥା ସହ ସେଠାକାର ପରିବେଶ,ସଫାସୁତୁରା ଓ ଅନ୍ୟାନ୍ୟ ବ୍ୟବସ୍ଥା ଦେଖି ଅତ୍ୟନ୍ତ ସନ୍ତୋଷ ପ୍ରକଟ କରିଥିଲେ ।ତା ପରେ ସେଠାରେ ସେ ହାଇଟେକ୍ ମେଡିକାଲ୍ କଲେଜର ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଜେନା , ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀଙ୍କୁ ଅନୁରୋଧ କରି କହିଥିଲେ ଯେ , ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ ଲୋକଙ୍କ କାଁ ଭାଁ କେତୋଟି ରୋଗକୁ ଛାଡ଼ି ଦେଲେ ଅନ୍ୟ ରୋଗ ମାନଙ୍କ ଚିକିତ୍ସା କ୍ଷେତ୍ରରେ କୌଣସି ବ୍ୟବସ୍ଥା ନାହିଁ , ଏମିତି କି ସାମାନ୍ୟ ରୋଗାକ୍ରାନ୍ତ ହେଲେ ବି ଲୋକେ ଚିକିତ୍ସା ସୁବିଧା ପାଇଁ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ନଚେତ୍ ବିଶାଖାପାଟଣା ସହରକୁ ଯାଇ ସେଠାରେ ଥିବା ମେଡିକାଲ ରେ ଭର୍ତ୍ତି ହୋଇ ଅଧିକ ଖର୍ଚ୍ଚାନ୍ତ ହୋଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି , ତେଣୁ କରି ଏହାର ବିକଳ୍ପ ଏବଂ ଜିଲ୍ଲାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ସେବାରେ ସୁବିଧା ଦୃଷ୍ଟିରୁ ପାରଳାଖେମୁଣ୍ଡି ଠାରେ ଏକ ଉଚ୍ଚକୋଟିର ତଥା ଅତ୍ୟାଧୁନିକ ମାନର ମେଡ଼ିକାଲ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ଜେନାଙ୍କ ଅନୁରୋଧକୁ ରକ୍ଷା କରି ଅଧ୍ୟକ୍ଷ ଡ଼ଃ ପାଣିଗ୍ରାହୀ କହିଥିଲେ ଯେ , ନିଶ୍ଚିତ ଭାବେ ଆଗାମୀ କିଛିଦିନ ମଧ୍ୟରେ ପାରଳାଖେମୁଣ୍ଡି ଠାରେ ଏକ ଅତ୍ୟାଧୁନିକ ମେଡିକାଲ୍ ନିର୍ମାଣ କରି ଗଜପତି ବାସୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ରରେ ଏକ ବଳିଷ୍ଠ ଉପହାର ଦିଆଯିବ ବୋଲି କହିଥିଲେ ।ମନ୍ତ୍ରୀ ଶ୍ରୀ ଜେନା , ଦକ୍ଷିଣ ଓଡ଼ିଶା ର ଲୋକ ହୋଇଥିବାରୁ ତାଙ୍କର ଗଜପତି ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗ୍ରହ ଥିବା ଜଣାପଡିଛି । ଆଗାମୀ ଦିନ ରେ ଗଜପତି ଜିଲ୍ଲା ର ପୁରାଣ ପ୍ରସିଦ୍ଧ ଶୈବ-ପୀଠ ମହେନ୍ଦ୍ରଗିରି କୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ୫୦୦ କୋଟି ଟଙ୍କା ଅନୁଦାନ ଦିଆଯିବ କଥା କହିଥିଲେ , ସେହି ଭଳି ମହେନ୍ଦ୍ରଗିରି ପାହାଡ଼ ଶିଖର ରେ ରହୁଥିବା ମହେନ୍ଦ୍ରଗିରି ସାଧକ ଶ୍ରୀ ଲକ୍ଷ୍ମୀ ବାବା ହାଇଟେକ୍ ମେଡିକାଲ୍ କଲେଜ ଅଧକ୍ଷ ଙ୍କୁ ଅନୁରୋଧ କରି କହିଥିଲେ ଯେ , ପାରଳାଖେମୁଣ୍ଡି ଅଞ୍ଚଳରେ ଥିବା ଗରିବ ଆଦିବାସୀ ଲୋକମାନଙ୍କ ପାଇଁ ଏକ ମୋବାଇଲ ଭ୍ୟାନ ଆମ୍ବୁଲାନ୍ସ ର ଆବଶ୍ୟକତା ରହିଛି , ଯାହାକି ସେହି ଆମ୍ବୁଲାନ୍ସ ଗାଁ ଗାଁ ବୁଲି ଆଦିବାସୀ ଭାଇଭଉଣୀ ମାନଙ୍କୁ ସେବା ଯୋଗାଇ ପାରିବାରେ ବିଶେଷ ସହାୟକ ହୋଇପାରିବ ।ହାଇଟେକ୍ ଗ୍ରୁପ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏଇସବୁ କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ସାକ୍ଷାତକାର କାର୍ଯ୍ୟକ୍ରମ ରେ ହାଇଟେକ୍ ମେଡକାଲ କଲେଜ ନିର୍ଦେଶକ ରାକେଶ କୁମାର ପାଣିଗ୍ରାହୀଙ୍କ ସମେତ ମହେନ୍ଦ୍ରଗିରି ଆଶ୍ରମର ବାବା ସୀତାରାମ ଜୀ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026