ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ମୌସୁମୀ ଋତୁ ସମୟରେ ରୋଗ ପ୍ରତିରୋଧକ ଶକ୍ତିର ମହତ୍ୱ ସମ୍ପର୍କରେ ସଚେତନା ବୃଦ୍ଧି କରିବା ପାଇଁ ଡାବର ଚୱନପ୍ରାଶ ପକ୍ଷରୁ ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯାଇଛି । ଡାବର ଚୱନପ୍ରାଶର ମୁଖ୍ୟ ଉପାଦାନ ହେଉଛି ଅଁଳା (ଇଣ୍ଡିଆନ ଗୁସ୍ବେରୀ) ଯାହା ଏହାର ରୋଗ ପ୍ରତିରୋଧକ ଶକ୍ତି ନିର୍ମାଣକାରୀ ଗୁଣ ପାଇଁ ସୁପରିଚିତ ଅଟେ ।
ଅନ୍ୟ ସାମଗ୍ରୀଗୁଡିକ ମଧ୍ୟରେ ଗୁଡୁଚି, ପିପ୍ପଳୀ, କଂଟାକାରି, କାକଡାସିଙ୍ଗୀ, ଭୁମ୍ୟାମାଲାକି, ବାସାକା, ପୁଷ୍କରମୂଳ, ପ୍ରିସ୍ନିପାରନି, ଶାଲପାରନି ଇତ୍ୟାଦି, ଯାହା ସାଧାରଣ ସଂକ୍ରମଣ ଓ ଶ୍ୱାସନଳୀର ଆଲର୍ଜିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହି ସାମଗ୍ରୀଗୁଡିକର ଏକ ମିଶ୍ରଣ ଚୱନପ୍ରାଶକୁ ମୌସୁମୀ ଋତୁରେ ଉତମ ସ୍ୱାସ୍ଥ୍ୟ ପାଇଁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବା ଲାଗି ଜଡିବୁଟିଗୁଡିକର ଏକ ଉପଯୁକ୍ତ ମିଶ୍ରଣ କରିଥାଏ ।

