ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭାରତର ଅଗ୍ରଣୀ ସୁପର-ସ୍ପେଶାଲିଟି ଆଇ ହସ୍ପିଟାଲ ଶୃଙ୍ଖଳା ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଭୁବନେନଶ୍ୱରରେ ଏହାର ଆଡଭାନ୍ସଡ ରେଟିନା ସେବାର ଶୁଭାରମ୍ଭ ଘୋଷଣା କରାଯାଇଛି, ଯାହା ଓଡିଶାରେ ବିଶ୍ୱସ୍ତରୀୟ ଚକ୍ଷୁ ଚିକିତ୍ସା ପ୍ରଦାନ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ଏହି ଶୁଭାରମ୍ଭ ସମୟରେ ସେଂଟର ଫର୍ ସାଇଟ ପକ୍ଷରୁ ଭିଟ୍ରିଓରେଟିନାଲ ସର୍ଭିସ ପାଇଁ ଏହାର ସିନିଅର କନ୍ସଲ୍ଟାଂଟ ଭାବେ ଭାରତର ଅଗ୍ରଣୀ ଭିଟ୍ରିଓରେଟିନାଲ ସର୍ଜନ ଡକ୍ଟର ସମର୍ଥ ମିଶ୍ରଙ୍କୁ ସ୍ୱାଗତ କରାଯାଇଛି ।

