ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ମାଲକାନଗିରି ଜିଲ୍ଲାରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ତାଲିମ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥବା ବେଳେ ଉପଜିଲ୍ଲାପାଳ ଅଶ୍ନି ଏ ଏଲ୍ ଉପସ୍ଥିତ ଥିଲେ ।
ସମଗ୍ର ଶିକ୍ଷା ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କୁ ଶ୍ରେଣୀ ଗୃହ ର ତଦାରଖ, ମଧ୍ୟାହ୍ନ ଭୋଜନ, ପୋଷାକ, ଜୋତା , ଛାତ୍ରବୃତ୍ତି, ସମୟାନୁବର୍ତିତା ଓ ବିଭାଗ ର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଇ ଥିଲେ। ସେହିପରି ଉପଜିଲ୍ଲାପାଳ ତାଙ୍କର ବିଦ୍ୟାଳୟ ପରିଦର୍ଶନ ର ଅନୁଭଵ ମଧ୍ୟ ମତ ବିନିମୟ କରିଥିଲେ।
