ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ପରିବେଶ ଥିଙ୍କ୍ ଟ୍ଯ଼ାଙ୍କ ଇଣ୍ଟରନ୍ଯ଼ାସନାଲ ଫୋରମ୍ ଫର୍ ଏନଭରନମେଣ୍ଟ, ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି (iFOREST)ଏବଂ ଭୁବନେଶ୍ୱର ମ୍ଯ଼ୁନିସିପାଲିଟି କର୍ପୋରେସନ୍ (BMC) ଆଜି ଭୁବନେଶ୍ୱର ପାଇଁ “ଇଣ୍ଟିଗ୍ରେଟେଡ୍ ହିଟ୍ ଆଣ୍ଡକୁଲିଂ ଆକ୍ସନ୍ ପ୍ଲାନ୍ (ଆଇଏଚ୍ସିଏପି) ”ପ୍ରକାଶ କରିଛନ୍ତି l
ସିଙ୍ଗାପୁର-ଇ. ଇ. ଟି. ଏଚ୍. କେନ୍ଦ୍ର (ଏସ୍. ଇ. ସି.) ସହଯୋଗରେ iFOREST ଦ୍ୱାରା ବିକଶିତ ଭୁବନେଶ୍ୱର ପାଇଁ ବର୍ଦ୍ଧିତ ଉତ୍ତାପ ଚାପଏବଂ ଶୀତଳତା ଚାହିଦା ସମାଧାନ ଲକ୍ଷ୍ୟରେ ଏକ ସମନ୍ୱିତ ଢଙ୍ଗରେ ଏହା ଭାରତର ପ୍ରଥମ ସହର ସ୍ତରୀଯ଼ଢାଞ୍ଚାର ଏକ ବିସ୍ତୃତ ରୋଡମ୍ଯ଼ାପ୍ ଅଟେ l
