Home ଅପରାଧ ବାଘ ଛାଲ ଜବତ ଘଟଣା : ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ – ୨ ବାଘ ଦାନ୍ତ ଜବତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ । ଗତ କିଛି ଦିନ ତଳେ ଗଞ୍ଜାମ ଜିଲା ଭଞ୍ଜନଗର ବନ ବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା l ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ରଙ୍କ ପୁଅ ସହଦେ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ ସୂଚନା ଦେଇଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ, ଅଭିଯୁକ୍ତମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ ବିକ୍ରି କରୁଥିଲେ l ତେବେ ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ l ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ l ତେବେ ଗିରଫ ଚିତ୍ରଙ୍କ ସୂଚନା ଆଧାରରେ ସୋମବାର ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ, ଭଞ୍ଜନଗର ଏସିଏଫ ବିମଳ ପ୍ରଧାନ ଙ୍କ ନେତୃତ୍ୱରେ ଗୋଛାଗୁଡା ଗାଁରେ ଚଢ଼ାଉ କରିଥିଲା ବନ ବିଭାଗ l ଚଢ଼ାଉ ପରେ ଚିତ୍ର ମଲିକ ଙ୍କ ପୁଅ ସହଦେ ଙ୍କ ଘରୁ ୨ ଟି ବାଘଦlନ୍ତ, ଗୋଟିଏ ଧନୁ ତୀର ଓ ୪ ଟି ଫାଶ ଜବତ କରିଥିଲେ l ଏଥିସହ ସହଦେ ଓ ତାଙ୍କ ସହଯୋଗୀ ଲୁଲୁ ଙ୍କୁ ଗିରଫ କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସିଏଫ କହିଛନ୍ତି l ଗିରଫ ଅଭିଯୁକ୍ତମାନଙ୍କୁ ଭଞ୍ଜନଗର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି l ଏହି ଚଢ଼ାଉ ରେ ପାରଳାଖେମୁଣ୍ଡି ଏସିଏଫ, ଭଞ୍ଜନଗର ଏସିଏଫ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ବିନୟ ପ୍ରକାଶ ବୁରୁ,ଭୀଷ୍ମଗିରି ବନପାଳ ଦେବାଶିଷ ଶତପଥୀ, ପୋଡାମାରି ବନପାଳ ସୁନୀଲ ମଣ୍ଡଳ, ଭଞ୍ଜନଗର ବନପାଳ ଅନୁପ ବିଷୋୟୀ, ବନରଖି ଜୀବନ ତ୍ରିପାଠୀ, ସୁଶାନ୍ତ ଶେଖର ମିଶ୍ର, କ୍ଷେତ୍ରବାସୀ ମହାଙ୍କୁଡ, ବସନ୍ତ ସାହୁ ଓ ବନ୍ଧ୍ୟା ଗମାଙ୍ଗଙ୍କ ସମେତ ବନ କର୍ମଚାରୀ ସାମିଲ ଥିଲେ l Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ by Proprietor Abhimanyu Maharana September 13, 2026 ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 13, 2026 ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ by Proprietor Abhimanyu Maharana September 13, 2026 ଗଜପତି ଜିଲ୍ଲା ତୃତୀୟଲିଙ୍ଗୀ ସମାଜ ତରଫରୁ ନୂତନ ଉପ ଜିଲ୍ଲାପାଳଙ୍କୁ ସ୍ୱାଗତ by Proprietor Abhimanyu Maharana September 13, 2026 ପାରଳାଖେମୁଣ୍ଡି ରାଜ୍ୟ ଗାଁସାଥୀ (ମେଟ) ମଜଦୂର ସଂଘ ଗଜପତି ଜିଲ୍ଲା ଶାଖାର ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ by Proprietor Abhimanyu Maharana September 13, 2026