Home ଓଡ଼ିଶା ମୋହନା ବାସୀଙ୍କ ଦୀର୍ଘଦିନର ଦାବିକୁ ଶୁଣିଲେନି ମୋହନ ସରକାର : ଏନ୍.ଏ.ସି ତାଲିକାରୁ ମୋହନା ବାଦ ପଡିଲା ସାଧାରଣରେ ତୀବ୍ର ଅସନ୍ତୋଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ବାସୀଙ୍କ ଦୀର୍ଘଦିନର ଦାବିକୁ ଶୁଣିଲେନି ମୋହନ ସରକାର. ଏନଏସି ତାଲିକାରୁ ମୋହନା ବାଦ ପଡିବା ଯୋଗୁଁ ସାଧାରଣଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଗତକାଲି ସ୍ବାୟତ୍ତ ଶାସନ ଦିବସ ଅବସରରେ ଓଡ଼ିଶାରେ ୭ଗୋଟି ନୂତନ ମ୍ୟୁନିସିପାଲିଟି ଓ ୧୬ଗୋଟି ନୂତନ ଏନ୍ଏସି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନା ଚରଣ ମାଝୀ । ତେବେ ଏନ୍ଏସି ତାଲିକାରେ ଗଜପତି ଜିଲ୍ଲାର ମୋହନାକୁ ନୂତନ ଏନଏସି ଗଠନ ପାଇଁ ଦୀର୍ଘ ଦିନର ଦାବି ଥିଲେ ସୁଦ୍ଧା ତାହାକୁ ସମ୍ପୂର୍ଣ ଭାବେ ଅଣଦେଖା କରାଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି. ଏନେଇ ମୋହନା ଅଞ୍ଚଳର ଜନ ସାଧାରଣଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକେ ଗତକାଲିର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସମ୍ପୂର୍ଣ ନିରାଶ ହୋଇପଡିଛନ୍ତି. ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ଟି ପଞ୍ଚାୟତକୁ ନେଇ ଗଠିତ। ରାଜ୍ୟର ଦ୍ଵିତୀୟ ବୃହତମ ବ୍ଳକ ହୋଇଥିବା ବେଳେ ଜିଲ୍ଲାର ବିକାଶରେ ସିଂହ ଭାଗ ଅନୁଦାନ ମୋହନା ବୃକ୍କୁ ମିଳିଥାଏ। ସମୟ ଅନୁଯାୟୀ ମୋହନା ସଦର ମହକୁମାର ଆୟତ୍ତନ ଓ ଜନସଂଖ୍ୟା ଅହେତୁକ ଭାବେ ବୃଦ୍ଧି ଘଟିଛି। ସରକାରୀ ଅନୁଦାନର ସିଂହ ଭାଗ ମୋହନାକୁ ମିଳୁଥିଲେ ମଧ୍ୟ ଆଶାନୁରୂପକ ଭାବେ ମୋହନାର ବିକାଶ ହୋଇନାହିଁ । ଏତେ ବଡ଼ ବ୍ଲକ ପୁଣି ମୋହନା ଦେଇ ୩୨୬ ନମ୍ବର ଜାତୀୟ ରାଜପଥ ଯାଇଥିବାବେଳେ ଦକ୍ଷିଣ ଓଡ଼ିଶାକୁ ଯାତାୟାତର ମୁଖ୍ୟ ମାର୍ଗ। ଏହି ରାସ୍ତା ଦେଇ ପ୍ରତିଦିନ ଶହଶହ ଗାଡ଼ି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଭୁବନେଶ୍ଵର ଓ କଟକ ଯାତାୟାତ କରୁଛି। କିନ୍ତୁ ମୋହନାରେ ଦୀର୍ଘ ବର୍ଷ ହେଲା ସ୍ଥାୟୀ ବସଷ୍ଟାଣ୍ଡ୍ ନିର୍ମାଣ ହୋଇନାହିଁ। ସେହିପରି ଶିଶୁପାର୍କ, ମିନି ଷ୍ଟାଡିୟମ ଅଦ୍ଧନିର୍ମିତ ଅବସ୍ଥାରେ ରହିଥିବା ବେଳେ ମୁଖ୍ୟରାସ୍ତା ଠାରୁ ଆରମ୍ଭକରି ସାହିରେ ଡ୍ରେନେଜ ବ୍ୟବସ୍ଥା ନାହିଁ । ଅନେକ ସମସ୍ୟା ବର୍ଷ ସାରା ଲାଗି ରହିଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖ୍ ମୋହନାକୁ ଏନ୍ଏସି ମାନ୍ୟତା ପ୍ରଦାନ ପାଇଁ ଗତ କିଛି ବର୍ଷ ହେଲା ଲୋକେ ଦାବି କରି ଆସୁଛନ୍ତି. ମୋହନା ଉନ୍ନୟନ ପରିଷଦ, ଯୁବକ ସଂଘ, ମହିଳା ସଂଘ, ଓକିଲ ସଂଘ, ସାମ୍ବାଦିକ ସଂଘ ଓ ବଣିକ ସଂଘ। ଏଥିପାଇଁ ବହୁବାର ଆନ୍ଦୋଳନ କରିବା ସହ ମୋହନା ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା। ଗତ ବିଜେଡି ସରକାର ସମୟରେ ଆନ୍ଦୋଳନ ଜୋରଦାର ହୋଇଥିବାବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅନିର୍ଦ୍ଦିଷ୍ଟକାଳ ମୋହନା ବନ୍ଦ ଡାକରା ଦିଆଯାଇଥିଲା। ନିର୍ବାଚନ ପରେ ସରକାର ବଦଳିଗଲା। ରାଜ୍ୟରେ ବିଜେପି ସରକାର ଗଠନ ହେଲା। ନିର୍ବାଚନ ସରି ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ଯ ମୋହନାର ସ୍ଥିତି ଯେମିତି କି ସେମିତି ହିଁ ରହିଛି। ଜନ ପ୍ରତିନିଧୂଙ୍କ ଆନ୍ତରିକତାର ଅଭାବରୁ ମୋହନା ଏନଏସି ମାନ୍ୟତାରୁ ବଞ୍ଚିତ ହୋଇଛି. ବର୍ତ୍ତମାନ ମୋହନାବାସୀ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ନିବେଦନ କରିଛନ୍ତି ଏନଏସି ମାନ୍ୟତା ପ୍ରଦାନ ପାଇଁ ସମସ୍ତ ଯୋଗ୍ୟତା ଥିବା ମୋହନାକୁ ଏନଏସି ମାନ୍ୟତା ପ୍ରଦାନ କରାଯାଉ l Categories: ଓଡ଼ିଶା, ଗଜପତି, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026