ଚିତ୍ତରଞ୍ଜନ ସେବା ସଦନରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- କଟକ ଜିଲ୍ଲା ଅନ୍ତର୍ଗତ ନିଆଳୀ ଚିତ୍ତରଞ୍ଜନ ସେବାସଦନର ଅବସର ନେଉଥିବା ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ମାନସରଞ୍ଜନ ପାଢ଼ୀଙ୍କର ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ସେବାସଦନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମାନସରଞ୍ଜନ ପାଢ଼ୀ ୧୯୮୮ ମସିହା ଜୁଲାଇ ମାସରୁ ଏବେ ପର୍ଯ୍ୟନ୍ତ ଦୀର୍ଘ ୨୭ବର୍ଷ ଧରି ଗ୍ରାମାଞ୍ଚଳର ଏହି ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନରେ ଗୁରୁତ୍ୱପୂର୍ଣ ପଦବୀରେ ରହି ଦକ୍ଷତାର ସହିତ କାର୍ଯ୍ୟ କରି ଅବସର ନେଇଛନ୍ତି ।

ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଜନପ୍ରିୟ ବରିଷ୍ଠ ଚିକିତ୍ସକ ଡା. ଅଧିରାଜ କୁମାର ପରିଡା ଶ୍ରୀଯୁକ୍ତ ପାଢ଼ୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସରେ ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ସାହୁ, ଉପଦେଷ୍ଟା ଶ୍ରୀଯୁକ୍ତ ଅଯୋଧ୍ୟାନାଥ ମହାପାତ୍ର,ନିଆଳୀ ପବ୍ଲିକ ସ୍କୁଲର ଅଧକ୍ଷ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲାବେଳେ ରୀମାକ୍ରିଏସନର କ୍ରିଏଟିଭ ହେଡ଼ ସମୀର ତ୍ରିପାଠୀ,

କାର୍ଯ୍ୟାଳୟ ମୁଖ୍ୟ ହେମନ୍ତ ମିଶ୍ର,ସେବାସଦନର ପୂର୍ବତନ ଆବାସିକ ଚିକିତ୍ସାଧିକାରୀ ଡା.ତପନ ପ୍ରଧାନ,ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ତ୍ରିଲୋଚନ ମିଶ୍ର, ନରହରି ଦାସ,କାର୍ଯ୍ଯରତ ନର୍ସିଙ୍ଗ ଇନଚାର୍ଜ ବିନୋଦିନୀ ପଣ୍ଡା, ଫାର୍ମାସିଷ୍ଟ ଅକ୍ଷୟ ଦାସ, ମନୋରଞ୍ଜନ ପାଢ଼ୀ, ଓମପ୍ରକାଶ ରଥ, ଉମେଶ ଚନ୍ଦ୍ର ପାଢ଼ୀ,ସୁରେଶ ଘଡେଇ, ଜଗନାଥ ପ୍ରଧାନ, ମାନିନୀ ବେହେରା,

ସୁମନବାଳା ଭୋଇ, ଜମ୍ବେଶ୍ୱର ଖୁଣ୍ଟିଆ, ଦିପ୍ତୀରଂଜନ ଦାଶ, ଲଳିତ କଦମ,ଶ୍ରୀମନ୍ତ ଭୋଇ ଓ ସନାତନ ଭୋଇ ଯୋଗ ଦେଇଥିଲ । ଏହି କାଯ୍ୟକ୍ରମ ଟିକୁ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଫେସର ସୌମ୍ୟରଂଜନ ମିଶ୍ରଙ୍କ ତତ୍ବାବଧାନରେ ପରିଚାଳକ ସମୀରକାନ୍ତ ଲେଙ୍କା, ଦେବଦାସ ମହାପାତ୍ର ଏବଂ ସୌମ୍ୟରଞ୍ଜନ ତିଆଡ଼ି ପରିଚାଳନା କରିଥିଲେ ।

Exit mobile version