ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି:ପ୍ର :- ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ ଏଫ୍ଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ୍ ୨୦୨୫ରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରାଯାଇଛି । ଜୁଲାଇ ୨୨ରୁ ଅଗଷ୍ଟ ୩୦, ୨୦୨୫ ପର୍ଯ୍ୟନ୍ତ ଓଡ଼ିଶା ଏଏମ୍/ଏନ୍ଏସ୍ ଜିମ୍ନାଷ୍ଟିକ୍ ଏଚପିସିରେ ଆୟୋଜିତ ଜାତୀୟ ଶିବିରରେ ୪ ଜଣ ଜିମ୍ନାଷ୍ଟ ତପେଶ୍ୱରନାଥ ଦାସ, ତପନ ମହାନ୍ତି, ପ୍ରଣତୀ ନାୟକ ଓ ତନୁ ମନୋନୀତ ହୋଇଥିଲେ l
