
ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଗୁରୁବାର) ପୁରୀ :- ଭିନ୍ନ ଏକ କଥା ପୁରୀ ସହରକୁ ପଶୁ ପଶୁ ଅଠରନଳା ଦେଇ ଯିବାକୁ ହୁଏ । ଏହି ଅଠରନଳା ଶଙ୍ଖଟିକୁ ଦେଖିବାମାତ୍ରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କିମାରେ। ଏହାର ନିର୍ମାଣ ଶୈଳୀ ମଧ୍ଯ ବିଚିତ୍ର ଆଉ ଏଥିରେ ୧୮ଟି ନଳା କାହିଁକି ରହିଛି। ରଣପୁରର ରାଜା ଶ୍ରୀ ପଦ୍ମନାଭ ସିଂହ ନରେନ୍ଦ୍ର ଅପୁତ୍ରିକ ଥିଲେ। କିମ୍ବଦନ୍ତୀରୁ ଜଣାଯାଏ ରାଜା ସନ୍ଥ ଅଚ୍ଯୁତାନନ୍ଦ ଦାସଙ୍କୁ ତାଙ୍କର ରାଜପ୍ରାସାଦକୁ ଡକାଇ ଏ ଅପୁତ୍ରିକ ଦୋଷରୁ ମୁକ୍ତି ପାଇବା ପାଇଁ ସନ୍ଥଙ୍କ ଶରଣାପନ୍ନ ହେଲେ। ରଣପୁରରେ ରହିବା ସମୟରେ ସନ୍ଥ ଅଚ୍ଯୁତାନନ୍ଦ ଦାସ ହରିବଂଶ ପୁରାଣ ରଚନା କରିଥିଲେ। ପ୍ରତିଦିନ ରାଜା ଏହି ହରିବଂଶ ପୁରାଣ ଶ୍ରବଣ କରିବା ପରେ, ଭଗବାନଙ୍କ ଆଶୀର୍ବାଦରୁ ତାଙ୍କର ଅଠରଟି ପୁତ୍ର ସନ୍ତାନ ଲାଭ ହୋଇଥିଲା ।
ଏହି ପୁତ୍ରମାନେ ପରବର୍ତ୍ତୀ ସମୟରେ ଗଜପତି ମୁକୁନ୍ଦଦେବଙ୍କଠାରୁ ଅଠରଟି ଉପାଧି ଓ ଅଠରଟି ତ୍ରାସ ପାଇଥିଲେ। ସେ ଉପାଧି ଗୁଡିକ ହଲା – ଶ୍ରୀ ଚନ୍ଦନ, ଜଗଦେବ, ବିଦ୍ଯାଧର, ଛୋଟରାୟ, ରାୟ ସିଂହ, ଭ୍ରମରବର, କ୍ଷତ୍ରିବର,ବୀବବର, ମଙ୍ଗରାଜ, ହରିଚନ୍ଦନ, ଜଗତସିଂହ,ରାଜେନ୍ଦ୍ର ସିଂହ, ମର୍ଦ୍ଦରାଜ ସିଂହ,ସୁରେନ୍ଦ୍ର ସିଂହ, ମାନସିଂହ, ଗଜେନ୍ଦ୍ର ସିଂହ ଓ ପୁଥୁସିଂହ । ମୁକୁନ୍ଦଦେବଙ୍କ ରାଜତ୍ବ କାଳରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କରିଥିଲା । କଳାପାହାଡ ସହ ଯୁଦ୍ଧକରି ରଣପୁର ରାଜାଙ୍କର ଯୁବରାଜ ପାର୍ଥ ଶ୍ରୀଚନ୍ଦନଙ୍କ ବ୍ଯତିୀତ ଅନ୍ୟ ସତରଜଣ ଭାଇ ବୀରଗତି ପ୍ରାପ୍ତ ହେଲେ। ଏଥିରେ ରାଜା ପଦ୍ମନାଭ ସିଂହ ନରେନ୍ଦ୍ର ଦୁଃଖରେ ଭାଙ୍ଗି ପଡିଲେ। ପରେ ପରେ ଯୁବରାଜ ରଣପୁରର ଚଣ୍ଡେଶ୍ୱର ମହାଦେବଙ୍କ ଅଭିଶାପରୁ ସେ ପୁରର ଯାତ୍ରା ହେଲେ। ରାଜାଙ୍କର ଅଠରଟି ପୁଅର ମ୍ରୃତ୍ୟୁ ତାଙ୍କୁ ବହୁତ ବ୍ଯଥିତ କଲା ।
ତେଣୁ ରାଜା ତାଙ୍କର ଅଠରଟି ପୁଅର ସ୍ମ୍ରୁତି ରକ୍ଷା ପାଇଁ ପୁରୀ ସହରର ଉତ୍ତର ଦିଗରେ ଥିବା ନଦୀରେ ଅଠରଟି ନଳା ଵନ୍ଧ ପକାଇଥିଲେ ଅଠର ଭାଇଙ୍କ ସ୍ମ୍ରୁତିର ସ୍ମାରକୀ ବହି ଆଜି ସେହି ଅଠରନଳା ବିଦ୍ଯମାନ । ଏହାର ପ୍ରତ୍ଯକ ନଳାର ଲମ୍ବ ୨୦ ଫୁଟ ଏବଂ ଝୁଲଣଗୁଡିକର ଓସାର ୧୨ ରୁ ୧୭ ଫୁଟ ପର୍ଯ୍ଯନ୍ତ। ମଝିରେ ଥିବା ଝୁଲଣଟି ସବୁଠାରୁ ବଡ ଏବଂ କ୍ରମାନ୍ୱୟରେ ଦୁଇ ପାଖକୁ ଛୋଟ ହୋଇ ଆସିଛି। ଅଠରନଳା ବନ୍ଧ ସମ୍ବନ୍ଧରେ ମାଦଳା ପାଞ୍ଜିରେ ଲେଖାହୋଇଛି-‘ପଦ୍ମନାଭ ନରେନ୍ଦ୍ର ଏ ରାଜାଙ୍କର ପୁତ୍ର । ଏ ନରେନ୍ଦ୍ର ଶୌଚ ଖୋଳାଇଲେ। , ଏ ରାଜା ବାଙ୍କିମୁହାଣ ପୋତାଇଲେ । ଛଅ ରଥ ହେଉଥିଲା ନଇପୋତି ତିନିରଥ କରାଇଲେ। ଗୁଣ୍ଡିଚାଘର ଦେଉଳ କାଠମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ। ଚାରିପାଖେ ବେଢା ବୁଲାଇଲେ , ଏଥିରେ କୂପ ଖୋଳାଇଲେ।
